ମାନବ ସେବା ସଂଘ ‘ମୁକ୍ତିପଥ’ ତରଫରୁ ୫୨ତମ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ

0

ଝାରସୁଗୁଡ଼ା:(ସୁଭାଷ ସହାରେ) ଗତ 14/11/20ରେ ମାନବ ସେବା ସଂଘ ପକ୍ଷରୁ  ଏକ ୩ ଦିନ ବୟସର ନବଜାତ ଶିଶୁର ଅନ୍ତିମ ସଂସ୍କାର କରାଯାଇଛି । ଏହା ସହିତ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ସର୍ବମୋଟ ଏହିପରି ୫୨ ଜଣଙ୍କ ମର ଶରୀରର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି। 

ସୂଚନା ଅନୁଯାୟୀ, କୋଲାବିରା ପୋଲିସ ଦ୍ବାରା ଗତ 10/11/2020ରେ ଏକ କୂଅରୁ ଶିଶୁର ମୃତଦେହକୁ ଉଦ୍ଧାର କରିଥିଲେ। କେହି ଅଜଣା ବ୍ୟକ୍ତି ଏହି ଶିଶୁକୁ କୂଅରେ ଫିଙ୍ଗି ଦେଇ ଚାଲିଯାଇଥିଲା। କୋଲାବିରା ପୋଲିସ UD Case No.19/2020 ମାମଲା ରୁଜୁ କରି  ତା:11/11/2020 ରେ ମରଶରୀରକୁ  ପୋଷ୍ଟମର୍ଟମ କରିବାକୁ ପଠାଇ ଦେଇଥିଲେ। ପରେ ମୃତଦେହକୁ ମାନବ ସେବା ସଂଘ ‘ମୁକ୍ତିପଥ’ କୁ ହସ୍ତାନ୍ତର କରାଯାଇଥିଲା।  ମାନବ ସେବା ସଂଘ ସ୍ଥାନୀୟ ବୁରୋମାଲ ସ୍ଥିତ ମୁକ୍ତିଧାମ ଶ୍ମଶାନରେ ଏହି ମୃତ ଶିଶୁର ଅନ୍ତିମ ସଂସ୍କାର କରିଅଛି। ଏ ପର୍ଯ୍ୟନ୍ତ ସଂଘ ତରଫରୁ ୫୨ ଜଣଙ୍କ ଅନ୍ତିମ ସଂସ୍କାର କରାଯାଇ ସାରିଛି। ଅନ୍ତିମ ସଂସ୍କାର  ସମୟରେ କୋଲାବିରା ଥାନାର ଏଏସଆଇ ବାମଦେବ ପରିଡ଼ା, ସଂଘର କାର୍ଯ୍ୟକର୍ତ୍ତା  ସୋଫିଆ ମିଞ୍ଜ, ସାର୍ତ୍ତୁକୋ ବେହେରା, ସରୋଜ ସିଂହ,ମୁନୁ ସିଂହ, ବାସିଲ ବାରି ପ୍ରଭୃତିଙ୍କ ଉପସ୍ଥିତ ଥିଲେ।

Leave A Reply

Your email address will not be published.