“୧୪୫ତମ ବୀର ବୀର୍ସା ମୁଣ୍ଡା ଜୟନ୍ତୀ “

0

ଝାରସୁଗୁଡା(ସୁବାସ ସାହାରେ): ଆଜିି ବୀର ବୀର୍ସାଙ୍କ ୧୪୫ତମ ଜୟନ୍ତୀ। ବୀର୍ସା ଜୟନ୍ତୀ:ବୀର ବୀର୍ସା ଆଦିିବାସୀ କଲ୍ୟାଣ ସମିତିି,ସାରସମାଳ ତରଫରୁ କମ୍ ଆଡମ୍ବର ସହିିତ ପାଳନ ହୋଇଯାଉଛିି। କରୋନା କଟକଣାର ଦିିଶା ନିିର୍ଦେଶ ଅନୁସାରେ ମାତ୍ର କାର୍ଯ୍ୟକାରଣୀ ସଦସ୍ୟ/ସଦସ୍ୟାଙ୍କୁ ନେଇ ପାରମ୍ପାରିିକ ଭାବରେ ଶ୍ରଦ୍ଧା ଓ ଅମନ ଅପର୍ଣ କରାଯାଇଥିଲା। ବୀର୍ସା ଥିଲେ ମୁଣ୍ଡା ସମାଜର ଭଗବାନ। ସେ ଆଦିିବାସୀ ସମାଜକୁ ଇଂରେଜ ମାନଙ୍କ କବଳରୁ ରକ୍ଷା କରିିବା ପାଇଁ ସମସ୍ତ ଆଦିିବାସୀଙ୍କୁ ଏକତ୍ର କରିି ଗୋରା ସାହେବଙ୍କ ବିିରୁଦ୍ଧରେ ଯୁଦ୍ଧ ଦେଇ ଡାକରା ଦେଇଥିଲେ। କମ୍ ବୟସରେ ସେ ଯେଉଁ ଇତିିହାସ ଗାଥା, ଧର୍ଯ୍ୟ ଓ ସ୍ବର୍ଯ୍ୟ ଦେଶ ଓ ସମାଜ ପାଇଁ ଛାଡି ଯାଇଛନ୍ତିି-ତାହା ଯୁଗ ଯୁଗ ଧରିି ଦେଶର ମାଟିରେ -ଇନକୀଲାଵ ର ଆର୍ତନାଦ ବାଜୁଥିବ! ଆଜିି ଗୋରା ସରକାର ନାହିଁ-ଭାରତ ସ୍ବାଧୀନ | କିିନ୍ତୁ ପୁଣି ଆଜିି ଦେଶବାସୀ,ଗରୀବ,ଖଟିଖିଆ ,ଶ୍ରମିକ,କର୍ମଚାରୀ,ଚାଷୀ ସମସ୍ତେ ବର୍ତମାନର ଗେରୁଆ ସରକାରଙ୍କ ତାନାସାହାରେ କବଳିିତ ? ସର୍ବୋପରୀ ,ଆଜିି ଆମ୍ଭମାନଙ୍କୁ ଏକ ହୋଇ ସମ୍ବିଧାନ ଓ ଗଣତନ୍ତ ତଥା ଅଭିିବ୍ୟକ୍ତିଙ୍କ ଆଦର୍ଶକୁ ସୁରକ୍ଷୀତ କରିିବାକୁ ପଡିବ ଏବଂ ବୀର୍ସାଙ୍କ ଅଗାଧ ସପ୍ନକୁ ସାକାର କରିିବାକୁ ଆଜିିର ଜୟନ୍ତୀରେ ସପଥ ହିିଁ ,ଆଗାମୀ ଦିିନର କର୍ତବ୍ୟ ବୋଲି ଏ ଅବସରରେ ମତପ୍ରକାଶ ପାଇଥିଲା 

Leave A Reply

Your email address will not be published.