ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ବୈଠକ

0

 ପୋଲସରା : ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ଏକ ବୈଠକ ପୋଲସରା ଲୁଣିଘାଟି ଶିବ ମନ୍ଦିର ପରିସରରେ ନଭେମ୍ବର ୮ ତାରିଖ ଦିନ ସଂଗଠନର ସଭାପତି ପ୍ରମୋଦ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ପାଚିକା ଓ ସହାୟିକା ଙ୍କ ବିଭିନ୍ନ ସମସ୍ୟା ଆଲୋଚନା ହୋଇଥିଲା। ରାଜ୍ୟ ସରକାର ବର୍ତ୍ତମାନ ମାସିକ ପାରିଶ୍ରମିକ ୧୪୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ଆଜିର ମହଙ୍ଗା ସମୟରେ ସେମାନଙ୍କ ଦୈନିକ ପ୍ରାପ୍ୟ  ବିଲାତିଆଳୁ କିଲୋ ସହ ସମାନ ହେଉଛି। ରାଜ୍ୟ ସରକାର ପାଚିକା ଓ ସହାୟିକା ଙ୍କ ପାରିଶ୍ରମିକ ଦୈନିକ ମଜୁରୀ ହାରରେ ବୃଦ୍ଧି ପାଇଁ ଦାବୀ କରାଯାଇଛି। ଏଥିସହ କରୋନା ସହାୟତା ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରବାକୁ ଦାବୀ କରାଯାଇଛି। ଏହି ଦୁଇ ମୁଖ୍ୟ ଦାବୀ ସହ ବାରଦଫା ଦାବିପତ୍ର ଜିଲ୍ଲାପାଳ, ବିଡ଼ିଓ ଏବଂ ବିଇଓ ଙ୍କ ଜରୀଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଗଲା। ଏହି ବୈଠକରେ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ସତ୍ୟବାନ ପ୍ରଧାନ, ଉପଦେଷ୍ଟା ଶଙ୍କର ଡାକୁଆ, କାର୍ଯ୍ୟକାରୀ ସଭାନେତ୍ରୀ ବିଷ୍ଣୁ ଭୂୟାଁ, ସମ୍ପାଦିକା ସଶ୍ମିତା ପତି,ବନିତା ନାୟକ, ଛବି ବରାଡ଼, ମଞ୍ଜୁ ପ୍ରଧାନ, ଅନିତା ଡାକୁଆ, କୁନି ବାଡତ୍ୟାଙ୍କ ସମେତ ବହୁ ପାଚିକା ଓ ସହାୟିକା ଯୋଗ ଦେଇଥିଲେ। 

ରିପୋର୍ଟ :  ଡ଼ଃ.କୁମୁଦ ଚନ୍ଦ୍ର ବେହେରା

Leave A Reply

Your email address will not be published.