ବିଜୁ ଏକ୍ସପ୍ରେସ ୱେ ନିର୍ମାଣର ଅଗ୍ରଗତି ସଂପର୍କ ଆଲୋଚନା

0

ବରଗଡ :- ରାଜ୍ୟ ସରକାରଙ୍କର ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର ବିଜୁ ଏକ୍ସପ୍ରେସ ୱେ । ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପର ନିର୍ମାଣ ସରିବା ପରେ ଏହି  ଅଂଚଳର ନିଶ୍ଚିତ ଭାବରେ ଦ୍ରୁତ ବିକାଶ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । କିନ୍ତୁ ଦୁଃଖର ବିଷୟ ଯେ ଅଧିକାରୀ ମାନଙ୍କର ଅପ୍ରାଣ ଉଦ୍ୟମ ପରେ ମଧ୍ୟ ଅନେକ କାରଣରୁ ଅନେକ ସ୍ଥାନରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ୟ୍ଯ ସମ୍ପୁର୍ଣ୍ଣ ହୋଇ ପାରୁନାହିଁ । ମୁଖ୍ୟତଃ ସୋହେଲା ଠାରୁ ପାଇକମାଲ ବ୍ଲକ ସୀମା ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ସଂପର୍କୀତ ଅଗ୍ରଗତି ଉପରେ ଏକ ସମୀକ୍ଷା ବୈଠକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରେ ରହିଥିବା ସମସ୍ୟା ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିବା ସହିତ ସମସ୍ୟାର ନିରାକରଣ ପାଇଁ ପଦକ୍ଷେପ ନେବା ଉପରେ ଆଲୋଚନା କରିଥିଲେ ନିଜେ ଜିଲ୍ଲାପାଳ । ବିଭିନ୍ନ ସ୍ଥାନରେ ବାକି ରହିଥିବା ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ତତ୍ ସଂଲଗ୍ନ ଅନ୍ଯାନ୍ୟ ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉପସ୍ଥିତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ଉକ୍ତ ବୈଠକରେ ବରଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି କୁମାର ମହାନ୍ତି, ପଦ୍ମପୁର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀ ଜିତେନ୍ଦ୍ରିୟ ମେହେର,ବିଜୁ ଏକ୍ସପ୍ରେସ ୱେ ନିର୍ମାଣର ଅଗ୍ରଗତି ଏବଂ ଜମି ହସ୍ତାନ୍ତର ସଂପର୍କୀତ ସମସ୍ୟା ଉପରେ ବିସ୍ତୃତ ବିବରଣୀ ଜିଲ୍ଲାପାଳ ଙ୍କର ସମ୍ମୁଖରେ ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ଅନ୍ଯ ମାନଙ୍କ ମଧ୍ୟରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ସୋହେଲା ତହସିଲଦାର ଶ୍ରୀ ମାନସ ରଞ୍ଜନ ସ୍ବାଇଁ, ପଦ୍ମପୁର ଭାରପ୍ରାପ୍ତ ତହସିଲଦାର ସରିତା ଗୁପ୍ତା,ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର,ପଦ୍ମପୁର ପୂର୍ତ୍ତ ବିଭାଗ ଜୁନିୟର ଇଞ୍ଜିନିୟରିଂ ଶ୍ରୀ ରାଜେନ୍ଦ୍ର କିଷାନ,ସବରେଜିଷ୍ଟ ଦୀପ୍ତିମୟୀ ଭୁଏ,ପାଇକମାଲ ପୂର୍ତ୍ତ ବିଭାଗ ଜୁନିୟର ଇଞ୍ଜିନିୟରିଂ ଦିଲ୍ଲୀପ କୁମାର ସାହୁ,ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ  ଅଂଶଗ୍ରହଣ କରିଥିଲେ  । ବୈଠକ ସରିବା ପରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ ଓ ପୂର୍ତ୍ତ ବ8ବିଭାଗ ର ଅଧିକାରୀ ମାନେ ପାଇକମାଲ ବ୍ଲକ ଶେଷସୀମା ପର୍ଯନ୍ତ ଯାଇ ପୁଣିଥରେ ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.