ମଦନମୋହନ ପଣ୍ଡାଙ୍କ ୧୩ତମ ଶ୍ରାଦ୍ଧୋତ୍ସବରେ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ

0

ବୁଗୁଡା : – ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ଧର୍ମ ପରାୟଣ ବ୍ୟକ୍ତିତ୍ବ ମଦନମୋହନ ପଣ୍ଡାଙ୍କ ୧୩ତମ ଶ୍ରାଦ୍ଧୋତ୍ସବରେ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ନିକଟସ୍ଥ ନିକୁଞ୍ଜ ମୋହନ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ପଣ୍ଡାଙ୍କ ପୁତ୍ର ସାହିତ୍ୟିକ ତ୍ରିଲୋଚନ ପଣ୍ଡାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ କଳା,ସାହିତ୍ୟ ଓ ସଂସ୍କୃତିର ଏକ ଅନନ୍ୟ ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ଆୟୋଜନ କରିଥିବା ବେଳେ ଅଧ୍ୟକ୍ଷତା ରଘୁନାଥ ସାହୁ,ମୂଖ୍ୟ ଅତିଥି ଭାବେ ଚନ୍ଦ୍ରିକା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଇଂ ବିଚିତ୍ରାନନ୍ଦ ମୁନି ଏବଂ ଅନ୍ୟତମ ଅତିଥି ଭାବେ ସମାଜସେବୀ ବଂଶୀଧର ନାୟକ,ସାହିତ୍ୟିକ ଚିତ୍ତରଞ୍ଜନ ଦାସ,ପିପୁଲସ କଲେଜ ଅଧ୍ୟାପକ ରବିନ୍ଦ୍ର ପୋଲାଇ ମଞ୍ଚାସୀନ ଥିଲେ । ସର୍ବପ୍ରଥମେ ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତ ଅତିଥି ଶ୍ରୀ ଜଗନ୍ନାଥ ସ୍ବାମୀ ଏବଂ ମଦନମୋହନ ପଣ୍ଡାଙ୍କ ଫୋଟଚିତ୍ରରେ ପୁଷ୍ପାଞ୍ଜଳୀ ସହ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ଗଣେଶ୍ବର ପରିଡା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହି ଅବସରରେ ଉକ୍ତ ସାହିତ୍ୟ ସଂସଦର ସହିତ ଚନ୍ଦ୍ରିକା ସାହିତ୍ୟ ଏକାଡେମୀ ଓ ଉତ୍କଳିକା ପକ୍ଷରୁ ଗଞ୍ଜାମ ଜିଲ୍ଲାର ଖ୍ୟାତନାମା ବରିଷ୍ଠ ସାହିତ୍ୟିକ ଚନ୍ଦ୍ରମଣି ସ୍ବାଇଁ ଓ ପୂର୍ବତନ ପ୍ରଫେସର ହରିହର ଦାସଙ୍କ ବିୟୋଗରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପିତା ଏବଂ ମାତା ହିଁ ଚଳନ୍ତି ଦେବାଦେବୀ ଏଣୁ ସେମାନଙ୍କୁ ହତାଦର କଲେ ନର୍କଗତି ପ୍ରାପ୍ତି । ଆନୁଷ୍ଠାନିକ ଭାବେ ସମାଜସେବୀ ଶରତ ଚନ୍ଦ୍ର ମହାରଣା ଓ ସାମ୍ବାଦିକ ଅଭିମନ୍ୟୁ ମିଶ୍ରଙ୍କୁ ଉପଢୌକନ ସହ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ୨୦ରୁ ଉର୍ଦ୍ଧ୍ବ କବି ନିଜସ୍ୱ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦିଗାମ୍ବର ମହାରଣା,ଶଙ୍କର ସେଠି,କେଦାର ନାଥ ଦାଶ ଶ୍ରୀଧର ମ୍ପନଁ | 

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା

Leave A Reply

Your email address will not be published.