ବିଳମ୍ବିତ ରାତିରେ ବାଇକ କାର ମୁହାଁମୁହିଁ ଧକ୍କା : ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ

0 1

ବାରିପଦା,(ଦିଲ୍ଲୀପ ମହାନ୍ତି) : ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ନିକଟରେ ଆଜି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଏକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏକ ମୋଟରସାଇକେଲ ସହିତ ଏକ କାରର ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଓଆର-୦୭-ଏମ-୦୦୭୭ ନମ୍ବର ବିଶିଷ୍ଟ ଏକ ମୋଟରସାଇକେଲ ଓଡି-୧୧-ସି-୧୭୩୬ ନମ୍ବର ବିଶିଷ୍ଟ ଏକ କାର ସହିତ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଫଳରେ ଦୁଇ ମୋଟରସାଇକେଲ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ଲେଖା ହେବା ବେଳକୁ ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣାରେ ମୋଟରସାଇକେଲଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ସେହିପରି କାରର ଆଗପାଖ ମଧ୍ୟ ପୁରା ନଷ୍ଟ ହୋଇଯାଇଛି। କାର ଚାଳକଜଣଙ୍କ ଆହତ ହୋଇଥିବା ଜଣାପଡ଼ିଛି। ଖବର ଲେଖାହେବାବେଳକୁ ମୃତକଙ୍କ ଶରୀର ହସ୍‌ପିଟାଲକୁ ମଧ୍ୟ ଅଣାଯାଇନଥିବା ଜଣାପଡ଼ିଛି। 

Leave A Reply

Your email address will not be published.