ଟିଟିଲାଗଡ (ଗୋରବ ଦର୍ଜୀ)-ବଲାଙ୍ଗୀର ଜିଲ୍ଲା ର ବାଞ୍ଜିପଦର୍ ପଞ୍ଚାୟତ ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଲିଝର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ସଙ୍ଘବଦ୍ଧ ଭାବେ ଗୁରୁତର ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଦେବସିଙ୍ଗ ମାଝୀ (୫୫) କୌଣସି କାମ ପାଇଁ ଟିଟିଲାଗଡ କୁ ଆସି ଫେରୁଥିବା ସମୟ ରେ ବେଳପଡ଼ା ପାଖରେ ମାଲିଝର ଗାଁ ର କିଛି ବ୍ୟକ୍ତି ଆକ୍ରମଣ କରିଥିଲେ। ସେଠାରୁ ନିଜକୁ ରକ୍ଷା କରି ଗାଁ କୁ ଚାଲି ଆସିଥିଲେ ଦେବସିଙ୍ଗ। କିନ୍ତୁ ଗାଁ ରେ ରାମ ମନ୍ଦିର ପଛପଟେ ପ୍ରାୟ ଛଅ ଟା ସମୟ ରେ ଉକ୍ତ ଆକ୍ରମଣକାରୀ ସଂଘବଦ୍ଧ ଭାବରେ ଆକ୍ରମଣ କରୁଥିଲେ। ପାଟିତୁଣ୍ଡ ଶୁଣି ଦେବସୀଙ୍ଗ ଙ୍କ ପତ୍ନୀ ନିର୍ମଳା ମଝି (୫୦) ଉକ୍ତ ସ୍ଥାନରେ ପହଞ୍ଚିଥିଲେ। କିନ୍ତୁ ଆକ୍ରମଣକାରୀ ଦୁଇ ସ୍ବାମୀ – ସ୍ତ୍ରୀ ଙ୍କୁ ରଫା, ଗଇନ୍ତି, ଲୁହ ଛଡ ରେ ମରଣାନ୍ତକ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ପରିବାର ବର୍ଗ ଓ ଗାଁ ର ଅନ୍ୟ ବ୍ୟକ୍ତି ଉକ୍ତ ସ୍ଥାନରେ ପହଞ୍ଚିବାରୁ ଆକ୍ରମଣ କରି ଗୁରୁତର ଅବସ୍ଥା ରେ ଛାଡି ଚାଲିଯାଇଥିଲେ।ଆକ୍ରମଣକାରୀ ଉକ୍ତ ଗ୍ରାମର ଗୋଟିଏ ପରିବାରର ପାଞ୍ଚ ଜଣ ଯଥା, ଭୀଷ୍ମ ମହାକୁଡ଼, ବିନୋଦ ମହାକୁଡ଼, ନିରନ ମହାକୁଡ଼, ସୁରୁ ମହାକୁଡ଼,କୁଞ୍ଜ ମହାକୁଡ଼ ବୋଲି ଦେବସୀଙ୍ଗ ଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ପରିବାର ବର୍ଗ ଓ ଗ୍ରାମବାସୀ ଏକ ଅଟୋ ସାହାଯ୍ୟରେ ଦେବଶିଙ୍ଗ ଓ ନିର୍ମଳା କୁ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ। ଏଠାରେ ଡାକ୍ତର ପ୍ରଦୀପ ନାୟକ ଉଭୟଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରି ଚିକିତ୍ସାଧୀନ ଅବସ୍ଥାରେ ରଖିଛନ୍ତି। ଏ ନେଇ ଟିଟିଲାଗଡ ପୋଲିସ ଷ୍ଟେସନ ରେ ପରିବାର ବର୍ଗ ଏକ ଲିଖିତ ଅଭିଯୋଗ ଦାୟର କରିଥିବା ପରିବାର ର ସଦସ୍ୟ ସୂଚନା ଦେଇଛନ୍ତି। ସୂଚନା ପାଇ ଟିଟିଲାଗଡ ପୋଲିସ ମାଲିଝର ଗାଁ କୁ ଯାଇ ଘଟଣା ର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post