ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ 

0 1

ଭୁବନେଶ୍ୱର (ଶାସକ ପ୍ରଶାସକ) : ମହାମାରୀ କରୋନା ସମୟରେ ସ୍କୁଲ୍ ବନ୍ଦ। ଆମ ଭିଏସସନଗର ଅଞ୍ଚଳରେ ୧୦୦ ରୁ ଉର୍ଦ୍ଧ୍ବ ପିଲାଙ୍କୁ ମାଗଣା ପାଠ ପଢା କାର୍ଯ୍ୟକୁ  ସାହାଯ୍ୟର ହାତ ବଢ଼ାଇଛି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ଲାୟନସ କ୍ଲବରେ ମାଗଣାରେ ପଢୁଥିବା ସ୍କୁଲ୍ ପିଲାଙ୍କୁ କରୋନା ସଚେତନତା କରାଯିବା ସହିତ ମାସ୍କ୍, ଖାତା, କଲମ, ପେନସିଲ୍, ରବର୍, ଟୁଥପେଷ୍ଟ ଓ ବ୍ଲାକ ବୋର୍ଡ, ବିସ୍କୁଟ ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ ଯୋଗାଇ ଦେଇ ଏହି ଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସବୁବେଳେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଗଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ, ଦୀପକ ନାୟକ, ସୌମ୍ୟ ରଂଜନ ପ୍ରଧାନ, ଅକ୍ଷୟ କୁମାର ସ୍ବାଇଁ, ସରୋଜ କୁମାର ରାଉତ,ଅନନ୍ତ ରେଡ୍ଡୀ, ଶିବାନନ୍ଦ ତାଡ଼, ସନ୍ତୋଷ କୁମାର ସାହୁ, ବିନୋଦ କୁମାର ସାହୁ, ଲୋକେଶ କୁମାର, ସୁଶାନ୍ତ ମୁଦୁଲି, ଦୀନବନ୍ଧୁ ପତି, କମଳାକାନ୍ତ ରାଉତରାୟ, ସର୍ବଜିତ୍ ସାହୁ, ଦୀପକ, ବାବୁ ସାହୁ ,ଆଲୋକ, ବିକା,ବାପି ଓ ଅନ୍ୟମାନେ ଉପସ୍ଥିତ ଥିଲେ ଓ ଆଗାମୀ ଦିନରେ ଏହିଭଳି ଅନେକ ଜନ ହିତକର କାର୍ଯ୍ୟ କରିବାକୁ ଟ୍ରଷ୍ଟ ତରଫରୁ ନିଷ୍ପତ୍ତି ନିଆଗଲା।

Leave A Reply

Your email address will not be published.