ପୂର୍ବତଟ ରେଳପଥ ୱାଲ ମାଗାଜିନ ଅତସୀ କୁସୁମର ସତର୍କତା ସଚେତନତା ସଂସ୍କରଣ |

0

ଭୁବନେଶ୍ୱର(ଶାସକ ପ୍ରଶାସକ): ପୂର୍ବତଟ ରେଳପଥ ୱାଲ ମାଗାଜିନ ଅତସୀ କୁସୁମର ସତର୍କତା ସଚେତନତା ସଂସ୍କରଣ ଆଜି ପ୍ରକାଶ କରାଯାଇଅଛି | ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏହି ସ୍ୱତନ୍ତ୍ର ସଂସ୍କରଣକୁ ରେଳପଥର ବରିଷ୍ଠ ଉପମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ହେମନ୍ତ କୁମାର ଦତ୍ତ ଏବଂ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶ୍ରୀ କୌଶଳେନ୍ଦ୍ର କିଶୋର ଖଡଙ୍ଗାଙ୍କ ଉପସ୍ଥିତିରେ ଉନ୍ମୋଚନ କରିଛନ୍ତି ଯେଉଁଠାରେ ଲେଖକ, କ୍ଷୁଦ୍ର ଗାଳ୍ପିକ ଏବଂ କବିମାନେ ସେମାନଙ୍କ ପ୍ରବନ୍ଧ ଏବଂ କବିତାରେ ସଜାଗତା ଏବଂ ସ୍ୱଚ୍ଛତା ସମ୍ବନ୍ଧରେ ଉପସ୍ଥାପନ କରିଛନ୍ତି |  

ସାହିତ୍ୟ ଏବଂ କଳା କ୍ଷେତ୍ରରେ କର୍ମଚାରୀ ଏବଂ ସେମାନଙ୍କ ପିଲାମାନଙ୍କର ଅନ୍ତର୍ନିହିତ ଗୁଣ ଏବଂ ସୃଜନଶୀଳ ପ୍ରତିଭାକୁ ପ୍ରକାଶ କରିବାକୁ ପୂର୍ବତଟ ରେଳପଥର ୱାଲ୍ ମ୍ୟାଗେଜିନ ଏକ ବିଶେଷ ମାଧ୍ୟମ ପ୍ରଦାନ କରିପାରିଛି | ୧୧ ଜଣ ଲେଖକ ସତର୍କତା ଓ ସ୍ୱଚ୍ଛତା ସମ୍ବନ୍ଧରେ ସେମାନଙ୍କର ପ୍ରବନ୍ଧ ଓ କବିତା ଗୁଡିକରେ ଉଲ୍ଲେଖ କରିଛନ୍ତି | ଶ୍ରୀ ହେମନ୍ତ କୁମାର ଦତ୍ତ, ଶୈଳେନ୍ଦ୍ର କପିଲ, ପ୍ରଣବ କୁମାର ପଟେଲ, ଅଶୋକ କୁମାର ମିଶ୍ର, ନିରାକାର ଦାସ, ଶିବ ଶଙ୍କର ସାହୁ, ଏସକେ ନନ୍ଦ, ଚିତ୍ତରଞ୍ଜନ ମିଶ୍ର, ବିକ୍ରମାଦିତ୍ୟ ସିଂହ ଏବଂ ଆଶିଷ କୁମାର ରାୟ ପ୍ରମୁଖ ସେମାନଙ୍କର ଗଳ୍ପ, କବିତା ଓ ପ୍ରବନ୍ଧ ମାନଙ୍କରେ ସତର୍କତା ସଚେତନତା ସହ ସ୍ଵଛ ଭାରତ-ସମୃଦ୍ଧ ଭାରତ ସମ୍ବନ୍ଧରେ ସଚେତନତା ବାର୍ତା ଦେଇଛନ୍ତି   |

Leave A Reply

Your email address will not be published.