ଓ…. ହମନବା….

0

ଖୁବ ଶୀଘ୍ର ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହେବ ମ୍ୟୁଜିକ୍ ଭିଡ଼ିଓ ” ଓ ହମନବା ” 

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ୍ -୧୯ ର ଅନଲକ୍ ପର୍ଯ୍ୟାୟ ରେ ଏବେ ଧୀରେ ଧୀରେ ସକ୍ରିୟ ହେଉଛି ଅଲିଉଡ଼ ଜଗତ । ଲକ୍ ଡାଉନ ପରଠାରୁ ନିସ୍ତଦ୍ଧ ହୋଇଯାଇଥିଲା ସିନେ ଜଗତ । ଲୋକ ମାନଙ୍କ ମନୋରଞ୍ଜନ ସକାଶେ ବର୍ତ୍ତମାନ ବିଭିନ୍ନ ପ୍ରଡକ୍ସନ୍ ପକ୍ଷରୁ ଆରମ୍ଭ ହୋଇଛି ମ୍ୟୁଜିକାଲ୍ ଭିଡ଼ିଓ ର ସୁଟିଂ । ବନ୍ଧୁତା ରୁ ପ୍ରେମ ସମ୍ପର୍କ କୁ ନେଇ ରଚିତ ଏକ କାହାଣୀ ରୁ ଆରମ୍ଭ ହୋଇଛି ଏହି ମ୍ୟୁଜିକ ଭିଡ଼ିଓ । ଏହି ମ୍ୟୁଜିକ୍ ଭିଡ଼ିଓ ରେ ଅଭିନେତ୍ରୀ ଭାବେ ନଜର ଆସିବେ ଶୀତଲ ଏବଂ ଅଭିନେତା ଭାବେ ନଜର ଆସିବେ ମହାପ୍ରସାଦ । ଏହାକୁ ପ୍ରଯୋଜନା କରିଛନ୍ତି ଶ୍ରୀମତୀ ସ୍ୱପ୍ନା ସ୍ୱାଇଁ ଓ ଶ୍ରୀମତୀ ସୋନାଲି ଦାଶ ସେଭଳି ଏହାର ନିର୍ଦ୍ଦେଶନା ଭାର ଉଠାଇଛନ୍ତି ଯୁବ ନିର୍ଦ୍ଦେଶକ ବିରେନ୍ । ଏଥିରେ ସଂଗୀତ ନିର୍ଦ୍ଦେଶକ ଭାବେ ଶ୍ରୀ ବୈଦ୍ୟନାଥ ଦାଶ ରହିଥିବା ବେଳେ କଣ୍ଠଦାନ କରିଛନ୍ତି ଓଡିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ବୈଭବ ଏବଂ ଏହାର ଗୀତିକାର ରହିଛନ୍ତି ସିଲୁ ବିଭୁ । ଏଥିର ପ୍ରଡକ୍ସନ୍ ଦାୟିତ୍ଵ ରେ ରହିଛନ୍ତି ଯୁବ ଲେଖକ ତଥା ସଂଯୋଜକ ଶ୍ରୀ ସିଦ୍ଧାର୍ଥ ଦାଶ । ଏହି ମ୍ୟୁଜିକ୍ ଭିଡ଼ିଓ ଟି ରାୟଗଡ଼ା ଜିଲ୍ଲା ଗୁଣପୁର ଏବଂ ଗଜପତି ଜିଲ୍ଲା ର ଆଖ ପାଖ ଅଞ୍ଚଳ ରେ ସୁଟିଂ କରାଯାଇଛି । ଇ ନ୍ୟୁଜ୍ ଓଡ଼ିଆ ଏବଂ ଶୀତଲ ସୋନାଲି ପ୍ରଡକ୍ସନ୍ ପକ୍ଷରୁ ଚଳିତ ମାସ ବଜାରକୁ ଆସିବାକୁ ଯାଉଛି ଏହି ସୁନ୍ଦର ମ୍ୟୁଜିକ୍ ଭିଡ଼ିଓ ” ଓ ହମନବା ” । ଏହି ମ୍ୟୁଜିକ୍ ଭିଡ଼ିଓ ଟି ଇ ନ୍ୟୁଜ୍ ଓଡ଼ିଆ ଏବଂ ଶୀତଲ ସୋନାଲି ପ୍ରଡକ୍ସନ୍ ୟୁଟ୍ୟୁବ୍ ଚ୍ୟାନେଲ ରେ ରିଲିଜ୍ ହେବ ବୋଲି ପ୍ରଯୋଜିକା ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରି କାଳୀପୂଜା ରେ କରୋନା କଟକଣା କୁ ମାନି ଚଳିବା ସହ ଘରେ ରହି ଏହି ମ୍ୟୁଜିକ୍ ଭିଡିଓ କୁ ଭରପୁର ମନୋରଞ୍ଜନ ଉପଭୋଗ କରନ୍ତୁ ଏବଂ କଳାକାର ଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.