ବହୁ ଚର୍ଚ୍ଚିତ  ସମରା  ଦେହୂରୀ ହତ୍ୟାକାଣ୍ଡରେ ଅଭିଯୁକ୍ତ ଛୋଟରାୟଙ୍କୁ ବାନ୍ଧିଲା ଗୋରୁମହିଷାଣୀ ପୋଲିସ

0

ବାରିପଦା(ଦିଲ୍ଲୀପ ମହାନ୍ତି)– ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅଧିନସ୍ଥ  ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁକୁଡିମୁଣ୍ଡି ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସମରା ଦେହୁରୀଙ୍କୁ ଉକ୍ତ ଗ୍ରାମର ଛୋଟରାୟ ଦେହୂରୀ ତୀର ମାଡ଼ କରିଥିଲା ।ତୀର ସମରା ଦେହୁରୀଙ୍କ ପେଟରେ ପଶି ପିଠି ପଟେ ବାହାରି ଯାଇଥିଲା । ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯିବା ସମୟରେ ସମରାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ଘଟାଇବା ପରେ ପୁଲିସ ଭୟରେ ଛୋଟରାୟ  ଫେରାର ହୋଇଯାଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଆଜି କୌଣସି ସୂତ୍ରରୁ ପୋଲିସ ଗାଁ ପାଖ ଜଙ୍ଗଲ ଭିତରେ ଛୋଟରାୟ ଲୁଚିଛି ଥିବାର ସୂଚନା ପାଇ  ଜଙ୍ଗଲକୁ ଘେରାବନ୍ଦୀ କରି ଛୋଟରାୟକୁ କାବୁ କରିଥିଲା ଥାନାରେ ରଖି ପଚାରା ଉଚରା ଜାରି ରଖିଛି ଏବଂ ଆସନ୍ତା କାଲି ଛୋଟରାୟକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ସ୍ବାଇଁ  ସୂଚନା ଦେଇଛନ୍ତି ।

Leave A Reply

Your email address will not be published.