ରାଜୁ ମିଶ୍ର ଆଉ ନାହାନ୍ତି 

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ଖ୍ୟାତି ସମ୍ପନ୍ନ ଚଳଚିତ୍ର ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ସିନେମାଟୋଗ୍ରାଫର ଜୟଦେବ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ରାଜୁ ମିଶ୍ର ଆଉ ନାହାନ୍ତି | ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ହୋଇଛି | ଶ୍ରୀ ମିଶ୍ରଙ୍କ ଦେହାନ୍ତ  ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏହା ଏକ ଅପୂରଣୀୟ କ୍ଷତି | ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରାପ୍ତ ଶ୍ରୀ ମିଶ୍ର, ଚକା ଆଖି ସବୁ ଦେଖୁଚି, ପୁଅ ମୋର କଳା ଠାକୁରା, ଆସୁଛି ମୋ କାଳିଆ ସୁନା, ସାଗର ଗଙ୍ଗା, ମମତା ମାଗେ ମୁଲ ଭଳି ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।

ଶ୍ରୀ ମିଶ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି | ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ” ଓଡ଼ିଆ ସିନେ ଜଗତର ଖ୍ୟାତିନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ବିଶେଷତଃ ନବେ ଦଶକରେ ଅନେକ ସୁପର ହିଟ୍ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ତାଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ତିଆରି ହୋଇଛି ।  ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।” 

 

Leave A Reply

Your email address will not be published.