ବଲାଙ୍ଗୀର :ସ୍ୱତନ୍ତ୍ର ପ୍ରତିନିଧି – ସରକାର ଦିବ୍ୟାଙ୍କ, ବିଧବା ଓ ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ପରେ ଯୋଜନା କରୁଛନ୍ତି, କିନ୍ତୁ ଯୋଜନା ଯୋଜନାରେ ରହିଯାଉଛି |ହିତାଧିକାରୀ ମାନଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ଏକ ପ୍ରହସନ ।ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜ଼ିଲ୍ଲାର ମାଓପ୍ରବଣ ଅଞ୍ଚଳ ଖପ୍ରାଖୋଲ ବ୍ଲକର ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଜମୁନାପାଲୀ ଗ୍ରାମରେ ।ସେମାନେ ଜଳଜଳ ହୋଇ ଚାହିଁ ରହିଛନ୍ତି ସରକାରୀ ସହାୟତାକୁ । ନା ମିଳୁଛି ପକ୍କାଘର ନା ବାର୍ଦ୍ଧକ୍ୟ ଭତ୍ତା ପ୍ରଶାସନର ଅବହେଳାରୁ ଦୀର୍ଘଦିନ ହେଲା ସରକାରୀ ସୁବିଧା ସୁଯୋଗରୁ ଏମାନେ ବଞ୍ଚିତ | ଜମୁନାପାଲି ଗ୍ରାମର ବିଧବା ମହିଳା ଫୁଲ ମାଝୀ,ମାଣିକ୍ୟ ମାଝୀ,ଲଏବାନୀ ଜାଲ,ବବି ମାଝୀ,ଲଳିତା ମାଝୀ,ବିଶାଖା ମାଝୀ,ଡାଣା ମାଝୀ, ଦିବ୍ୟାଙ୍ଗ ଭୁବନେଶ୍ୱର ମାଝୀ, ବୃଦ୍ଧ ଚିତୃ ବାଗ, କଳାକୁଟୁ ବାଗ, ରମା କଠାର, ଶେଷଦେବ ମାଝୀ,ଖମେ ବାଗ,ଗୁଣମଣୀ ମାହାର,ରୁକୁଣୀ ନିଆଲ,ବୁଧୁନୀ ବିଶୀ,ଗରିବ ବାଗ,ଜାନକୀ ମାଝୀ,ସାଧୁ ମାଝୀ ଏ ନେଇ ପଞ୍ଚାୟତ ଓ ବ୍ଲକଠାରୁ ଆରମ୍ଭ କରି କରି ନିରାଶ ହୋଇଗଲେଣି ହେଲେ ଆଜି ପର୍ଯ୍ୟନ୍ତ ଭତ୍ତା ଖଣ୍ଡିଏ ପାଇନାହାନ୍ତି |ଶେଷରେ ସମସ୍ତ ଗରିବ ବୃଦ୍ଧ,ବୃଦ୍ଧା,ବିଧବା ମହିଳା ଓ ଦିବ୍ୟାଙ୍ଗ ମୁଣ୍ଡରେ ହାତ ଦେଇ ଭଗବାନ ଭରସା ହେଲେ ଭତ୍ତା ଖଣ୍ଡିଏ ପାଇବୁ ବୋଲି ଆଖିରୁ ଲୁହ ବାହାର କରି ଆମ ପ୍ରତିନିଧିଙ୍କୁ କହିଛନ୍ତି |ତୁରନ୍ତ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଜମୁନାପାଲି ଗ୍ରାମର ଯେମିତି କେହି ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ଜନସାଧାରଣ ଦାବୀ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post