କୂଅରେ ଖସି ପଡ଼ିଲା ଛୁଆ ହାତୀ

0

(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ): ପରିତ୍ତ୍ୟକ୍ତ କୂଅରେ ଖସି ପଡ଼ିଲା ହାତୀ। ବନବିଭାଗ ଏବଂ ଅଗ୍ନିଶମ ସହାୟତାରେ ଶେଷରେ ହାତୀକୁ ଉଦ୍ଧାର କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା  ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜର ବଡକଷିବାହାଳ ଗ୍ରାମରେ।

ଏକ ହାତୀ ପଲ ଧାନ ଖାଇବାକୁ ଆସିଥିଲା ବେଳେ ଏକ ଛୋଟ ହାତୀ କୂଅ ମଧ୍ୟକୁ ଖସିପଡିଥିଲା। ଏକ ପରିତ୍ୟକ୍ତ କୂଅରେ ପଡ଼ିଯିବାରୁ ହାତୀଟି ଆଉ ବାହାରି ପାରିନଥିଲା। ଶେଷରେ ବନବିଭାଗ, ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ହାତୀକୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.