ସମଲେଶ୍ବରୀ ଙ୍କ ରାଜରାଜେଶ୍ବରୀ ବେଶ ଆଜି

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ଆଶ୍ବିନ ପୂର୍ଣ୍ଣିମା ଉପଲକ୍ଷେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଙ୍କ ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବ । କରୋନା ଯୋଗୁଁ କଟକଣା ହୋଇଥିବାରୁ ଭକ୍ତ  ଏହି ଦୁର୍ଲଭ ବେଶକୁ ଦର୍ଶନ କରିପାରିବେ ନାହିଁ।  ଆସନ୍ତାକାଲି ମାଁ ଙ୍କ ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି।  ସବୁ ଦିନ ପରି ଆସନ୍ତାକାଲି ମଧ୍ୟ ଭୋରରୁ ମନ୍ଦିର ଖୋଲାଯିବା ପରେ ଦୈନନ୍ଦିନ ରୀତିନୀତିରେ ମାଁ ଙ୍କ ପୂଜାର୍ଚନା ଅନୁଷ୍ଠିତ ହେବ।  ଅପରାହ୍ନ ସାଢେ ୩ଟାରୁ ମାଁ ସମଲେଶ୍ବରୀ ଙ୍କୁ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରାଯିବ । ମାଁ ଙ୍କ ବେଶ ପରେ ଏକ ଆଳତି ହେବ । ସନ୍ଧ୍ୟାରେ ମାଁ ଙ୍କ ପୂଜା,  ଧ୍ବଜା ପୂଜା ଓ ଅଗ୍ନିକୁ ସାକ୍ଷୀ ରଖି ବେଢା ପରିକ୍ରମା ଆଦି ରୀତିନୀତି ମଧ୍ୟ ଅନୁଷ୍ଠିତ ହେବ।  ଏହା ପରେ ଧ୍ବଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।  ତେବେ କରୋନା ଯୋଗୁଁ ଚଳିତ ବର୍ଷ ମାଁ ଙ୍କ ରାଜରାଜେଶ୍ବରୀ ବେଶରେ ବାଜା କିମ୍ବା ଆଖଡା ଆଦି ଖେଳ ପ୍ରଦର୍ଶନ ହେବ ନାହିଁ।

     

Leave A Reply

Your email address will not be published.