ବାଲେଶ୍ୱର,(ଶାସକ ପ୍ରଶାସକ ): ବାଲେଶ୍ୱର ସଦର ଉପ-ନିର୍ବାଚନକୁ ଆଉ ମାତ୍ର ୩ ଦିନ ରହିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରଚାର କାର୍ଯ୍ୟକୁ ବେଶ୍ ଜୋରଦାର କରିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସଦର ବ୍ଲକ ଅନ୍ତର୍ଗତ ନଗ୍ରମ ପଞ୍ଚାୟତରେ ନିର୍ବାଚନୀ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଓଡ଼ିଆ ସିନେ ତାରକା ଅରିନ୍ଦମ୍ ରାୟ ଓ ଆକାଶ ଦାସନାୟକ, ବିଜେଡି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ, ନଗ୍ରମ ପଞ୍ଚାୟତ ପର୍ଯ୍ୟବେକ୍ଷକ ହରପ୍ରସାଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରୀଶ ଦାଶ, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କ ୨୧ ବର୍ଷ ସ୍ୱଚ୍ଛ ଶାସନର ସଫଳତା ଓ ବିକାଶ ଧାରା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ବିଶେଷ କରି ଜନ୍ମଠାରୁ ମୃତୁ୍ୟ ପର୍ଯ୍ୟନ୍ତ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଞ୍ଜି ଦେଇଥିବା ମାଳ ମାଳ ଯୋଜନାର ସଫଳ ରୂପାୟନ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଅଧିକ ଭୋଟରେ ଜିତାଇବାକୁ ନେତାମାନେ ଭୋଟରଙ୍କୁ ନିବେଦନ କରିଥିଲେ । ସୁଦର୍ଶନ ବେହେରା, ବଳରାମ ସାହୁ, ପ୍ରଦୀପ ଜେନା, ଦିବ୍ୟଶଙ୍କର ଜେନା, ରମେଶ ଜେନା, ମନୋରଂଜନ ଦାସ ପ୍ରମୁଖ ଦଳୀୟ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.