ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବୃଦ୍ଧାଙ୍କ ଜୀବନ, ଟ୍ରକ ନେଇ ଡ୍ରାଇଭର ଫେରାର

0

ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ବାଇପାସ୍ ରୋଡ୍‌ ନ୍ୟୁମାର୍କେଟ୍ ନିକଟରେ ଏକ ଅଜଣା ଟ୍ରକ୍ ମାଡ଼ିଯାଇ ଜଣେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ନ୍ୟୁ ମାର୍କେଟ୍ ଅଂଚଳର ୭୦ବର୍ଷିୟା ବୃଦ୍ଧା ସୁମୀ ସାହୁ । ଆଜି ଅପରାହ୍ନ ପ୍ରାୟ ୩ଟା ୩୦ରେ ବୁଦ୍ଧା ଜଣକ ରାସ୍ତା ପାରି ହେବା ସମୟରେ ଏକ ଟ୍ରକ୍ ତାଙ୍କ ଉପରେ ମାଡ଼ି ଚାଲିଯାଇଥିଲା । ତେବେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ସେଠାରେ ନ ଅଟକି ଟ୍ରକକୁ ନେଇ ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଠାବ କରିବା ପାଇଁ ଚେଷ୍ଟା ଚଳାଇଛି। ତେବେ ନୋ ଏଂଟ୍ରି ଖୋଲିବା ପରେ ଟ୍ରକ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବାରମ୍ବାର ଏହିପରି ଦୁର୍ଘଟଣା ଘଟି ବହୁ ଧନଜୀବନ ହାନୀ ଘଟୁଥିବା ସାଧାରଣରେ ଅଭିଯୋଗ ହୋଇଛି।

Leave A Reply

Your email address will not be published.