ସମ୍ବଲପୁର ପୋଲିସ କୁ ବଡ ସଫଳତା 

0

 

ସୁନା ଦୋକାନରୁ ବଡ ଧରଣର ଡକାୟତି ଉଦ୍ୟମ ବିଫଳ, ନାବାଳକ ସମେତ ୫ ଗିରଫ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ)-ସମ୍ବଲପୁର ପୋଲିସ କୁ ଏକ ବଡ ସଫଳତା ମିଳିଛି।  ମଙ୍ଗଳବାର ରାତ୍ରିରେ ଧନୁପାଲି ଥାନା ଅଞ୍ଚଳର ଏକ ସୁନା ଦୋକାନରୁ ଡକାୟତି ଯୋଜନା ଚାଲିଯଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଧନୁପାଲି  ଆଇଆଇସି ତାଙ୍କ ଟିମ୍ ସହ ଖଲିଆବନ୍ଧ କେନାଲ ରୋଡ୍ ରେ ଚଢାଉ କରିଥିଲେ।  ଏହି ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୫ ଜଣଙ୍କୁ ଗିରଫ କରିଛି।  ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଲୁହା ଛଡ୍,  ହାତୁଡି,  ଦୁଇଟି ଛୁରି,  ଦୁଇଟି ଚୋରି ମୋବାଇଲ୍, ମାକ୍ସ, ସିଗାରେଟ୍ ଆଦି ପୋଲିସ ଜବତ କରିଛି । ଅଭିଯୁକ୍ତ ମାନେ ହେଲେ ପେନ୍ସନ୍ ପଡାର ଶ୍ଯାମଲାଲ ଲୁହା (୨୬) ଗୌତମ ଟୋପାକି (୨୨) ଭତରା ର ଶଶାଙ୍କ ବେହେରା (୨୩) ନନ୍ଦ ମାର୍ଥା (୨୩) ଓ ଜଣେ ନାବାଳକ । ଅଭିଯୁକ୍ତଙ୍କ ବିରୋଧରେ ଧନୁପାଲି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।  ଗତ ସୋମବାର ରାତିରେ ଭତରା ମଠପାଲି ସ୍ଥିତ ପୋଖରୀ ହୁଢା କୁ ଶୌଚ ପାଇଁ ଯାଇଥିବା ୩ ଜଣ ଯୁବକଙ୍କ ନିକଟରୁ ଲୁଟ ହୋଇଥିବା ୨ ମୋବାଇଲ୍ ମଧ୍ୟ ପୋଲିସ ଜବତ କରିଛି।

Leave A Reply

Your email address will not be published.