Breaking : ଦାଦାବଟି ମାଗି ଠିକା ସଂସ୍ଥା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟ

0

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସହ ୫ ଗିରଫ। 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଲପଙ୍ଗାସ୍ଥିତ ଆଦିତ୍ଯ ଆଲୁମିନାର ଏକ ଠିକା ସଂସ୍ଥା ବରୋଦରା  ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟ ର ମାନବ ସମ୍ବଳ ଓ ପ୍ରଶାସନିକ ଅଧିକାରୀ ଗୌତମ ରେଡ୍ଡିଙ୍କ ଠାରୁ ପ୍ରଥମେ ଦାଦାବଟି ଆଦାୟ ଓ ପରେ ଆକ୍ରମଣ କରି ୨୦ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।  ଏହି ଘଟଣାରେ ଠେଲକୋଲୋଇ ପୁଲିସ ୨୦୧୯ ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ଠେଲକୋଲୋଇ ଥାନା ଡେରବା ଗ୍ରାମର ବାଳକୃଷ୍ଣ ରୋହିଦାସ (୩୨) ଭାଇ ରାଜେଶ ରୋହିଦାସ (୩୦) , ଭଉଣୀ ଜ୍ବାଇଁ ଝାରସୁଗୁଡା ଥାନା ଭାଲୁପତ୍ରାର ଗୁଣମଣୀ ରୋହିଦାସ ଓ ଜଣେ ନାବାଳକକୁ ପୁଲିସ୍ ଗିରଫ କରିଛି।  ସେମାନଙ୍କ ନିକଟରୁ ନଗଦ ୫ ହଜାର ଟଙ୍କା ଓ ଏକ ଇନୋଭା କାର୍ ( ଓଡି ୧୭  ଏଫ୍ ୭୩୪୬) ପୁଲିସ୍ ଜବତ କରିଛି।  ଘଟଣାର ସମସ୍ତ ୫ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍ ଡକାୟତି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସମୟରେ ଫେରାର୍ ଥିବା ଅନ୍ଯ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ ଚଳାଇଛି।

ସୂଚନା ଅନୁସାରେ,  ସୋମବାର ସନ୍ଧ୍ୟା ସାଢେ ୭ଟା ସମୟରେ  ରେଡ୍ଡି ତାଙ୍କ କ୍ଯାମ୍ପ ଅଫିସ୍‌ରେ ବସିଥିବା ସମୟରେ ବାଳକୃଷ୍ଣ ରୋହିଦାସ ୫ ଜଣ ସେଠାରେ ପହଞ୍ଚି ତାଙ୍କୁ ଦାଦା ବଟି ମାଗିଥିଲେ।  କିନ୍ତୁ  ରେଡ୍ଡି ଟଙ୍କା ଦେବାକୁ ମନା କରିଥିବାରୁ ଅଭିଯୁକ୍ତମାନେ ତାଙ୍କୁ ମାରପିଟ୍ କରି ତାଙ୍କ ନିକଟରେ ଥିବା ନଗଦ ୨୦ ହଜାର ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିଲେ । ଏନେଇ ଅଭିଯୋଗ ହେବା ପରେ ସଦର ଏସଡିପିଓ ତପନ କୁମାର ମାହାନ୍ତି,ଠେଲକୋଲେଇ  ଥାନା ଅଧିକାରୀ ସୁରୁବାବୁ ଛତ୍ରିଆଙ୍କ ନେତୃତ୍ବରେ ୨ଟି ସ୍ବତନ୍ତ୍ର ଟିମ୍ ଗଠନ କଥାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା।  ଏହି ସମୟରେ ଅଭିଯୁକ୍ତ ବାଳକୃଷ୍ଣ ରୋହିଦାସ ସମେତ 4 ଜଣଙ୍କୁ ପୁଲିସ୍ ଗିରଫ କରିଛି।  ଉଲ୍ଲେଖଯୋଗ୍ଯ,  ପୂର୍ବରୁ ମଧ୍ଯ ଅଭିଯୁକ୍ତମାନେ  ରେଡ୍ଡିଙ୍କ ଠାରୁ ଏଭଳି ଟଙ୍କା ଆଦାୟ କରିଥିବା ଜଣାପଡିଛି।  କୌଣସି ପ୍ରକାର ଦାଦାବଟି ସମ୍ପର୍କୀତ ଅଭିଯୋଗ ରହିଥିଲେ ତୁରନ୍ତ ସମ୍ବଲପୁର ପୁଲିସର ୫ଟି ସେଲ୍ କୁ ଯୋଗାଯୋଗ କରିବା ପାଇଁ ପ୍ରେସ୍ ବିବୃତି ମାଧ୍ୟମରେ ଅନୁରୋଧ କରାଯାଇଛି। 

Leave A Reply

Your email address will not be published.