ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଜଗନ୍ନାଥପୁର ଗ୍ରାମପଞ୍ଚାୟତରେ ମାରାଥନ ପ୍ରଚାର 

0 1

ମଙ୍ଗ ଧରିଲେ ଡଃ ପ୍ରକାଶ ତ୍ରିପାଠୀ ଓ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ 

ଆଜି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ବାରବାଟିଆ  ଗ୍ରାମ ୱାର୍ଡ ନମ୍ବର- ୧୪ ଓ ମୁକଳ ଗ୍ରାମରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ମୁଝବୁଲ୍ ଖାଁ, ପୂର୍ବତନମନ୍ତ୍ରୀ ତଥା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦିଲୀପ ପଣ୍ଡା, ବିଜୁ ଯୁବଜନତା ଦଳ ସମ୍ପାଦକ ଶ୍ରୀ ସ୍ମୃତି ରଞ୍ଜନ ସାମଲ, ଛାତ୍ର ବିଜେଡ଼ି ଉପସଭାପତି କମଲ୍ ଜ୍ୟୋତି ଦାସ, ଛାତ୍ର ବିଜେଡ଼ି ନେତା ରାଜେନ୍ଦ୍ର କୁମାର ସାହୁ( ପିଙ୍କନ୍ ) ଅମରେଶ ମହାପାତ୍ର,ଅନନ୍ତ ରେଡ୍ଡୀ, ସନ୍ଧ୍ୟା ରାଣୀ ମହାପାତ୍ର, ଅନିଲ ଦାସ, ଜିଲ୍ଲା ଆଇ ଟି ସେଲ୍ ସଦସ୍ୟ ସୁଜିତ୍ ମହାନ୍ତି, ଜଗନ୍ନାଥପୁର ଗ୍ରାମପଞ୍ଚାୟତ ସରପଞ୍ଚ ସିଲାରଣୀ ଖଣ୍ଡୁଆଲ, ସରପଞ୍ଚ ପ୍ରତିନିଧି ଅଦେତ୍ୟ ଖଣ୍ଡୁଆଲ , ସ୍ଥାନୀୟ ବରିଷ୍ଠନେତା ସୁଜାତ୍ ଅଲ୍ଲୀ, ସବିର୍ , ଓ ବିଜୁ ଜନତା ଦଳର ୩୦୦ ରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଯୁବ, ଛାତ୍ର ଯୋଗଦେଇଥିଲେ । ରାଜ୍ୟସଭା ସାଂସଦ ମୂଜିବିଲା ଖାଁ ଲୋକମାନଙ୍କୁ ଦଳୀୟ ମାସ୍କ୍, ଚାବି ରିଂ ଓ ଦଳୀୟ ପତାକା ବଣ୍ଟନ କରିବା ସହିତ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଶଙ୍ଖ ଚିଂହାରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତିବାକୁ ଅନୁରୋଧ କରିଥିଲେ ବୋଲି ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

Leave A Reply

Your email address will not be published.