କଣ୍ଟେନମେନ୍ଟ ଜୋନ ଉଠାଇବା ପାଇଁ ଦାବୀ କଲା ଜିଲ୍ଲା ବାର ଏସୋସିଏସନ। 

0 1

ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ସହରର ଦୁଇଟି ଅଞ୍ଚଳକୁ କଣ୍ଟେନମେନ୍ଟ ଜୋନ ଭାବରେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଜିଲ୍ଲା ବାର ଏସୋସିଏସନ ମଧ୍ୟ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଏହି ନିଷ୍ପତ୍ତିକୁ ବାତିଲ କରିବାକୁ ଅନୁରୋଧ କରିଛନ୍ତି। 

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପାହାଡ଼ି ମନ୍ଦିର ଓ ବିଜୁନଗର ଅଞ୍ଚଳକୁ କଣ୍ଟେନମେନ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି। ବର୍ତ୍ତମାନ ବିଭିନ୍ନ ଉତ୍ସବର ଋତୁ ହୋଇଥିବାରୁ ଲୋକଙ୍କୁ ବଜାର ଉପରେ ଅତ୍ୟନ୍ତ ନିର୍ଭରଶୀଳ। ଯଦିବା କୋରୋନା ଯୋଗୁଁ ମେଢ଼କୁ ଯିବା ପାଇଁ କଟକଣା ଅଛି,କିନ୍ତୁ ନିଜ ପରିବାର ଭିତରେ ଏହି ପର୍ବଗୁଡ଼ିକୁ ପାଳନ କରିବା ପାଇଁ ଲୋକଙ୍କୁ ବାହାରିବାକୁ ହେବ। ତେଣୁ  ଜିଲ୍ଲା ପ୍ରଶାସନ ଦ୍ଵାରା ଏହି ଦୁଇଟି ଅଞ୍ଚଳକୁ କଣ୍ଟେନମେନ୍ଟ ଜୋନରେ ଘୋଷଣା କରିବା ନିଷ୍ପତ୍ତିକୁ ବାର ଏସୋସିଏସନ ବିରୋଧ କରୁଛି ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଛି। ଯେହେତୁ ରାଜ୍ୟର ଅନ୍ୟ କୌଣସି ଅଞ୍ଚଳକୁ କଣ୍ଟେନମେନ୍ଟ ଜୋନରେ ଘୋଷଣା କରାଯାଇନାହିଁ ଏବଂ ଝାରସୁଗୁଡ଼ାରେ ମଧ୍ୟ କୋରୋନା ସଂକ୍ରମଣ କମି ଚାଲିଛି, ତେଣୁ ଏହି ପୂଜାଋତୁ ପର୍ଯ୍ୟନ୍ତ କଣ୍ଟେନମେନ୍ଟ ଜୋନ ଘୋଷଣାକ  ସ୍ଥଗିତ ରଖିବାକୁ ଦାବି କରିଛନ୍ତି ବାର ଏସୋସିଏସନ।

Leave A Reply

Your email address will not be published.