ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଗୁରୁବାର ରାତି ଦୁଇଟା ବେଳେ ଚେପ ଦେହୁରୀ ତାର ପାଞ୍ଚ ବର୍ଷର ପୁଅ ସୁଦନ ଦେହୁରୀକୁ ପଥରରେ ଛେଚି ହତ୍ୟା କରିଛି ।ହତ୍ୟାକାରୀ ଚେପର ଘର କୁଳିଅଣା ଥାନା ବାଲିଡ଼ିହା ଗ୍ରାମରେ ହୋଇଥିବା ବେଳେ ତାର ସ୍ତ୍ରୀ ଓ ପିଲାମାନେ ଶଶୁର ଘରେ ବେଲଡୁଙ୍ଗୁରିରେ ରହୁଥିଲେ । ଚେପ ମଝିରେ ମଝିରେ ସ୍ତ୍ରୀ ପାଖକୁ ଆସୁଥିଲେ । ଗତ କାଲି ରାତିରେ ସେ ଶ୍ବଶୁର ଘରେ ପହଞ୍ଚି ସ୍ତ୍ରୀକୁ ଘରେ ନ ପାଇବାରୁ ରାଗ ଚଢିଯାଇଥିଲା ଏବଂ ଆଈ ପାଖରେ ଶୋଇଥିବା ନିଜର ପାଞ୍ଚ ବର୍ଷର ପୁଅ ସୁଦାନକୁ ଘୋଷାରି ଆଣି ତଳେ ପଡିଥିବା ଏକ ପଥରରେ ଛେଚି ମାରି ଦୂରକୁ ଫିଙ୍ଗିବା ପାଇଁ ଚେଷ୍ଟା କରୁଥିବା ସମୟରେ ଗ୍ରାମବାସୀମାନେ ପହଞ୍ଚି ଚେପକୁ କାବୁ କରି ବାନ୍ଧି ରଖି ଗ୍ରାମରକ୍ଷୀକୁ ଖବର ଦେଇଥିଲେ । ଏହାପରେ ଗ୍ରାମରକ୍ଷୀଙ୍କ ଏତଲା ଆଧାରରେ ବଡ଼ସାହି ପୋଲିସ ଚେପ ଦେହୁରୀକୁ ଗିରଫ କରିବା ସହ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବାର ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.