ଓଡ଼ିଶାରେ କଙ୍ଗନା ଝଡ

0

ଫେସବୁକରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଓକିଲଙ୍କ ପାଇଁ ବଢ଼ିଲା ସମସ୍ୟା। 

  • ସଭ୍ୟପଦରୁ ନିଲମ୍ବିତ ନିଷ୍ପତ୍ତି ନେଲା  ଜିଲ୍ଲା ବାର ଆସୋସିଏସନ, ଜାରି ହେଲା କାରଣ ଦର୍ଶାଅ ନୋଟିସ  

  • ସଦସ୍ୟତା ରଦ୍ଦ କରିବାକୁ ବାର କାଉନସିଲକୁ କରାଯାଇପାରେ ସୁପାରିଶ  

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲା ସେସନ କୋର୍ଟରେ ଓକିଲାତି କରୁଥିବା ଜନୈକ ଓକିଲଙ୍କୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫେସବୁକ ପୋଷ୍ଟରେ ଆପତ୍ତିଜନକ ମନ୍ତବ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛି। ଆଜି ଝାରସୁଗୁଡ଼ା ବାର ଏସୋସିଏସନର ଏକ ସ୍ଵତନ୍ତ୍ର ବୈଠକରେ ଏହି ଘଟଣାକୁ ତୀବ୍ର ନିନ୍ଦା କରି ଓକିଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେବାକୁ ନିଷ୍ପତ୍ତି ନିଆଯାଇଛି।

ନବରାତ୍ର ଅବସରରେ କଙ୍ଗନା ରଣାୱତ ଏକ ପୋଷ୍ଟ କରିଥିବା ବେଳେ ଝାରସୁଗୁଡ଼ାର ଜଣେ ଓକିଲ ମେହେନ୍ଦୀ ରଜା ତାଙ୍କୁ ବିଦ୍ରୁପ କରି କଙ୍ଗନାଙ୍କୁ ମଝି ରାସ୍ତାରେ ବଳାତ୍କାର କରିବା କଥା ବୋଲି ଫେସବୁକରେ କମେଣ୍ଟ କରିଥିଲେ। ଏହାପରେ ଏହାକୁ ନେଇ ଝାରସୁଗୁଡ଼ାରେ ହିନ୍ଦୁବାଦୀ ସଂଗଠନତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ମେହେନ୍ଦୀ ରାଜାଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦେଇଥିଲେ। ରେଜା ଏହା ପରେ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କ ଫେସବୁକ ଆକାଉଣ୍ଟ କେହି ହ୍ୟାକ କରି ନେଇଥିବା କହିଥିଲେ। 

କିନ୍ତୁ ଝାରସୁଗୁଡ଼ା ବାର ଏସୋସିଏସନ ଜଣେ ଓକିଲଙ୍କ ଦ୍ବାରା ଏହିପରି କାର୍ଯ୍ୟକଳାପକୁ ଗୁରୁତର ଭାବରେ ଗ୍ରହଣ କରିଛି। ଆଜି ଏହି ବୈଠକରେ ରଜାଙ୍କ ଏହିପରି କମେଣ୍ଟକୁ ତୀବ୍ର ନିନ୍ଦା କରିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରଜାଙ୍କୁ ତୁରନ୍ତ ଗିରଫ କରିବାକୁ ନିଶ୍ଚିତ କରିବାକୁ ବାର ଏସୋସିଏସନର ଏକ ଦଳ ଝାରସୁଗୁଡ଼ା ଏସପି ଓ ଆଇଆଇସି ପାଖକୁ ଶୀଘ୍ର ସାକ୍ଷାତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏତଦବ୍ୟତୀତ ରଜାଙ୍କ ବାର ଏସୋସିଏସନର ସଦସ୍ୟତାକୁ ରଦ୍ଦ କରିଦିଆଯିବା ସଙ୍ଗେ ସଙ୍ଗେ ତାଙ୍କର ରାଜ୍ୟ ବାର ଏସୋସିଏସନର ସଦସ୍ୟତା କାହିଁକି ରଦ୍ଦ କରା ନ ଯିବ, ତାହାର ସ୍ପଷ୍ଟୀକରଣ ଦେବା ପାଇଁ ଏକ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯିବ। ଯଦି ତାଙ୍କ ଉତ୍ତର ସନ୍ତୋଷଜନକ ନ ହୁଏ, ତେବେ ରାଜ୍ୟ ବାର ଏସୋସିଏସନକୁ ରଜାଙ୍କ ସଦସ୍ୟତା ରଦ୍ଦ କରାଯିବାକୁ ଅନୁରୋଧ କରାଯିବ। ସେ ଜଣେ ଓକିଲ ହୋଇଥିବାରୁ ନିଜ ମାମଲା ନିଜେ ଲଢ଼ି ପାରିବେ, ତେଣୁ କୌଣସି ଓକିଲ ତାଙ୍କର ମାମଲା ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। 

ଅନ୍ୟପକ୍ଷରେ, ଝାରସୁଗୁଡ଼ା ବିଜେପି ନେତା ଦିନେଶ ଜୈନ ମଧ୍ୟ ଏ ନେଇ ଝାରସୁଗୁଡ଼ା ଏସପିଙ୍କୁ ମେହେନ୍ଦୀ ରଜାଙ୍କୁ ଏପର୍ଯ୍ୟନ୍ତ ଗିରଫ କରି ନ ଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ ତାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ଅନ୍ୟଥା କୋଭିଡ ନିୟମ ପାଳନ କରି ବିଜେପି ଏକ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଜଣାଇଛନ୍ତି।

Leave A Reply

Your email address will not be published.