ପଦ୍ମପୁର-ବୌଦ୍ଧରୁ ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମକୁ ଚାଲାଣ ହେଉଥିବା ସମୟରେ ବିପୁଳ ମାତ୍ରାର ଗଞ୍ଜେଇ ଧରିଲା ପଦ୍ମପୁର ପୋଲିସ । ବିଶେଷ ସୁତ୍ରରୁ ସୂଚନା ପାଇ ବରଗଡ ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଥାନାଅଧିକାରୀ ମାନସ ରଞ୍ଜନ ପ୍ରଧାନ ଙ୍କ ନେତୄତ୍ବରେ ଏକ ଟିମ ପଦ୍ମପୁର ଥାନା ଅନ୍ତର୍ଗତ ଜମଲା ଗ୍ରାମ ନିକଟ ଅଙ୍ଗ ନଦୀ ବ୍ରିଜ ନିକଟରେ ବୌଦ୍ଧରୁ ଆସୁଥିବା ଏକ ସ୍ୱିପ୍ଟ ଡିଜାଏର କାରରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି ଜଣକୁ ଅଟକ ରଖିଛି । ଏହା ସହ କାରକୁ ବାଟ କଢାଉଥିବା ଗୋଟିଏ ବଜାଜ ପ୍ଲାଟିନା ବାଇକ ଏବଂ ଗୋଟିଏ ହୋଣ୍ଡା ଏକ୍ଟିଭା ୫ଜି ସ୍କୁଟି ଓ ୨୦୦୦ ଟଙ୍କା, ଦୁଇଟି ମୋବାଇଲ ଫୋନ ଜବତ କରିଛି ।ବାଟ କଢାଉଥିବା ଗାଡ଼ିରୁ ଧରା ପଡିଥିବା ବ୍ୟକ୍ତିମାନେ ମଧ୍ୟପ୍ରଦେଶର ହୋଇଥିବା ବେଳେ ଏହି ଚୋରା ଚାଲାଣ ପଛରେ ଏକ ଆନ୍ତଃରାଜ୍ୟ ଗୋଷ୍ଠୀ ଥିବାର ସନ୍ଦେହ ସହ ତଦନ୍ତ ଚାଲିଥିବାର୍ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ପ୍ରେସ ମିଟରେ ସୂଚନା ଦେଇଛନ୍ତି । ଧରା ଯାଇଥିବା ଗଞ୍ଜେଇର ଓଜନ ୬୧ କେଜି ୭୭୦ ଗ୍ରାମ ଥିବାର ଜଣା ପଡିଥିବା ବେଳେ ଏହାର ଅନୁମାନିକ ମୁଲ୍ୟ ପ୍ରାୟ ୩ ରୁ ୪ ଲକ୍ଷ ହୋଇଥିବା ଜଣାପଡିଛି । ଏ ନେଇ ପୋଲିସ ତରଫରୁ କେଶ ନଂ.୨୪୨ ୟୁ.ଏସ. ୨୦(ବି) (ସସ)(ସି)/୨୯ ଏନ.ଡି.ପି.ଏସ. ଅନୁଯାୟୀ ପଦ୍ମପୁର ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଏସଆଇ ସୌମ୍ୟ ରଞ୍ଜନ ପାତ୍ର,ଏସଆଇ ପ୍ରକାଶ କୁମାର ପାତ୍ର, ଏସଆଇ ପ୍ରତିମା ଡୁଙ୍ଗଡୁଙ୍ଗ,ଏଏସଆଇ ପବିତ୍ର ମୋହନ ବେହେରା କନେଷ୍ଟବଳ ଉଦୟ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଏହି ଚଢାଉରେ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post