ନିଟ ଫଳ ବି ବାଉଳା, ଟପ୍ପରକୁ ନେଇ କୋଉଠି ଥୋଇଲା !!!

11

 ଭାତ ହାଣ୍ଡି ଭିତରୁ ଗୋଟିଏ ଚିପି ଜାଣିଲା ପରି ଏବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ନିଟର ପରୀକ୍ଷାଫଳ ଦୋଷମୁକ୍ତ ବା ସମ୍ପୂର୍ଣ୍ଣ ସ୍ୱଚ୍ଛ ବୋଲି କହିବା ସମ୍ଭବପର ନୁହେଁ | କାରଣ ୬୫୦ ପାଇବା ପିଲା ଯଦି ୩୨୯ ପାଉଛି, ତେବେ ଆଉ ସେ ଫଳ ଭିତରେ କଣ କଣ ହୋଇନଥିବ ! ୧୬ ତାରିଖରେ ପ୍ରକାଶ ପାଇଥିବା ଜାତୀୟ ପରୀକ୍ଷା ଏଜେନ୍ସି (NTA)ଦ୍ୱାରା ପରିଚାଳିତ NEET 2020 ଫଳାଫଳରେ ଜଣେ ଛାତ୍ରଙ୍କ ରେଜଲ୍ଟ ବହୁତ ଖରାପ ହୋଇଥିବା ବେଳେ ରିଚେକିଂ ପରେ ସେ ସର୍ବ ଭାରତୀୟ ସ୍ତରରେ ଏସଟି ବର୍ଗର ଟପ୍ପର ଘୋଷିତ ହୋଇଛନ୍ତି |

୧୬ ତାରିଖରେ ଫଳାଫଳ ବାହାରିବା ପରେ ଏହା ପରେ ମ୍ରିଦୁଲ ଏନଟିଆର  ଦ୍ୱାରା ଘୋଷିତ ଫଳାଫଳକୁ ଚ୍ୟାଲେଞ୍ଜ କରିଥିଲେ |   OMR ସିଟ୍ ଏବଂ ଉତ୍ତର କି ର ପୁନଃଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ | ଯାଞ୍ଚ ପରେ ଜଣ ପଡିଥିଲା ଯେ  ତାଙ୍କର ଫଳ ଆକଳନ ଭୁଲ ହୋଇଛି | ଭୁଲ ମାନେ ପାଞ୍ଚ ଦଶ ମାର୍କ ନୁହଁ, ସିଧା ୩୨୧ ମାର୍କର ଫରକ | ନୂଆ ଫଳ ବାହାରିବା ପରେ ମୃଦୁଳ  ସମଗ୍ର ଦେଶରେ ଏସଟି ବର୍ଗରେ ଅଲ୍ ଇଣ୍ଡିଆ ଟପ୍ପର ଅଟନ୍ତି।

୧୭  ବର୍ଷୀୟ ମୃଦୁଳ ରାୱତ ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାର ଗଙ୍ଗାପୁର ବାସିନ୍ଦା | ଅକ୍ଟୋବର ୧୬ ରେ, ଯେତେବେଳେ NTA ଫଳାଫଳ ଘୋଷଣା କଲା, ସେତେବେଳେ ଏହା ୭୨୦  ରେ ମୃଦୁଳଙ୍କୁ ୩୨୯  ପଏଣ୍ଟ ଦେଇଥିଲା। କିନ୍ତୁ ପୁନଃ ଯାଞ୍ଚ କରିବା ପରେ ଜଣାପଡିଥିଲା ​​ଯେ ମୃଦୁଳ  ୭୨୦  ମାର୍କ ମଧ୍ୟରୁ ୬୫୦  ପାଇଛନ୍ତି।

Leave A Reply

Your email address will not be published.