“ପାଟଣାଗଡ଼ରେ ପ୍ରତ୍ୟହ ଦୀପାବଳୀର ବାସ୍ନା”

0

Yes or no to firecrackers?

ପାଟଣାଗଡ଼:(ଶାସକ ପ୍ରଶାସକ-ଯତୀନ୍ଦ୍ର ନନ୍ଦ ):  ଆମ୍ଭେ ଭଲ ଭାବରେ ଜାଣିଛୁ ଯେ ଦୀପାବଳୀରେ ହିଁ ବାଣ ଫୁଟା ଯାଇଥାଏ ବୋଲି !ଏକଥାବି ଜାଣିଛୁ ଦୀପାବଳୀର ଦିନକ ଆଗରୁ କିମ୍ବା ଦିନକ ପରେ ମଧ୍ୟ  କାଁଭାଁ ବାଣର ଶବ୍ଦ ଶୁଣିବାକୁ ମିଳିଥାଏ ! ତାସାଙ୍ଗକୁ ବିବାହ ଉତ୍ସବ ଆଦି କାର୍ଯ୍ୟରେ ମଧ୍ୟ ବାଣ ଫୁଟା ଯାଇଥାଏ ! ନହେଲେ କାର୍ତ୍ତିକ ପୁର୍ନମିରେ !  ହେଲେ,  ପାଟଣାଗଡ଼ର ଗଡ଼ଭିତର ପଡିଆରେ ନିୟମିତ ଭାବରେ ଉଚ୍ଚ ଶକ୍ତି ସମ୍ପର୍ଣ ବାଣ ଫୋଟକା ଫୁଟୁଛି ଯେ ଫୁଟିବା ସ୍ଥାନର ପ୍ରାୟ ଚାରି ପଟେ ଅଧ କିଲୋମିଟର ଦୂର ଯାଏ ବାଣର ଶବ୍ଦ ଶୁଣିବାକୁ ମିଳୁଛି | ଆଉ  ଲୋକଙ୍କୁ ଏହା ଥରାଇବି ଦେଉଛି | କେ ଯାଣିଛି ଏହି କାରଣରୁ କାହାକୁ ହାର୍ଟ ଆଟାକ ବିପି ବାଲାଙ୍କ ଦିନ କାଲ ସରି ନଯିବା ?  ଅସମୟରେ ବାଣ ଫୁଟାଇବାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲାଛି  ! 

ପ୍ରକାଶ ଥାଉକି, ଅଧକିଲୋମିଟର ପରିସରରେ ଆମରି ଥାନା ମଧ୍ୟ ଆସୁଛି | ହେଲେ କାହିଁକି କର୍ତ୍ତୃପକ୍ଷ  ନାଚାର ତାହା ଜଣା ପଡୁନାହିଁ ! ଏହି ଅସମୟରେ ବାଣ ଫୁଟାକୁ ନେଇ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଲେଣି ଏବଂ  ବୁଦ୍ଧିଜୀବୀଙ୍କ ମହଲରେ ଶୁଣିବାକୁ ମିଳୁଛି ଯେ,ପାଟଣାଗଡ଼ରେ ଆଇନ କାନୁନ ବୋଲି କିଛି ନାହିଁ | ସିଧାସିଧା କହିଲେ ପୁଲିସ ପ୍ରଶାସନ ଥାଇବି  ଥିବାପରି  ପରିଲକ୍ଷିତ ହେଉନାହିଁ !  ଶବ୍ଦ ପ୍ରଦୂଷଣ ଆଇନବୋଲି କିଛି ତା ଅଛି  !  ଏନେଇ ସୁପ୍ରିମ କୋର୍ଟ ମଧ୍ୟ କିଛି ନିୟମ ପ୍ରଣୟନ କରିଛନ୍ତି ! ଯେଉଁଥିରେ ଉଚ୍ଚ ଶବ୍ଦ ସୃଷ୍ଟି କଲା ଭଳି ଉଚ୍ଚଶକ୍ତି ସମ୍ପର୍ଣ୍ଣ ବାଣ ଫୋଟକା ଫୁଟାଇବା ଆଇନତଃ  ବିରୋଧୀ କାମ ଅଟେ|   ପ୍ରଥମରେ ଶବ୍ଦ ପ୍ରଦୂଷଣ ହେବା ସହ ପରିବେଶ ମଧ୍ୟ ଦୂଷିତ ହେଉଛି, ତାସାଙ୍ଗକୁ ଆଇନ ବିରୋଧୀ କାର୍ଯ୍ୟ ହୋଇଥିବା ସତ୍ତ୍ୱେ  ବି ପାଟଣାଗଡ଼ ପୋଲିସ ପ୍ରଶାସନର ଯାଏକି ଆସେ ପରିକା ବ୍ୟବହାରକୁ ନେଇ ସର୍ବତ୍ର ଅସନ୍ତୋଷ  ସ୍ୱର  ଶୁଣିବାକୁ ମିଳୁଛି !ଅତଏବ, ଶୀଘ୍ର ଜ୍ଞାନ କୁଣ୍ଡଳୀକୁ ଜାଗ୍ରତ କରି ଦୃଷ୍ଟି ଦେବା ପାଇଁ ମତ ପ୍ରକାଶ ପାଉଛି !!!!

Leave A Reply

Your email address will not be published.