ବରଗଛ ଡାଳ ପଡ଼ି କରୋନା ଯୋଦ୍ଧାଙ୍କ ମୃତ୍ୟୁ

14

ବାରିପଦା(ଦିଲ୍ଲୀପ ମହାନ୍ତି )–ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମ୍ୟୁନିସିପାଲଟିର କରୋନା ଯୋଦ୍ଧା ତଥା  ସଫେଇ କର୍ମଚାରୀ କୁନା ବେହେରା (୩୦)ପ୍ରତ୍ୟେକ ଦିନ ଭଳି ଆଜି ପୌରପରିଷଦରେ  ସଫେଇ କରୁଥିବା ବେଳେ ତାଙ୍କ ମୁଣ୍ଡ ଉପରେ ଏକ ବରଗଛର ଡାଳ ଭାଙ୍ଗି ପଡ଼ିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ କୁନା ବେହେରାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ରାଇରଙ୍ଗପୁର ହସ୍ପିଟାଲକୁ ନିଆଯାଇଥିଲା ;  ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଆଗକୁ ପାର୍ବଣ ଋତୁ । ରାଇରଙ୍ଗପୁର ପୌରାଞ୍ଚଳ ତରଫରୁ ପୌର ପରିଷଦ ପାରିପାର୍ଶିକ ପରିବେଶକୁ ପରିଷ୍କାର ପରିଛନ୍ନ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଜି ପୂର୍ବାହ୍ନରେ ରାଇରଙ୍ଗପୁର ମ୍ୟୁନିସିପାଲଟିର ସଫେଇ କର୍ମଚାରୀ କୁନା ପୁରାଣାଘାଟିଠାରେ ସଫେଇ କରୁଥିବା ବେଳେ ନିକଟରେ ଥିବା ବରଗଛ ଡାଳ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା ବୋଲି ମୃତକଙ୍କ ସ୍ତ୍ରୀ ପକ୍ଷରୁ  ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଓ  ଶବକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇ ଦିଆଯାଇଛି । କୁନାର ମୃତ୍ୟୁ ଖବର ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି ଯାଇଥିଲା । ପୌର ପ୍ରଶାସନ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.