ସରକାରୀ ବିଧିବ୍ୟବସ୍ଥାକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଫୁ : ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି 

0

କଳାହାଣ୍ଡି/ନହୁଷ ବାଗ :- ନର୍ଲା ବ୍ଲକ ସମନ୍ବିତ ଶିଶୁବିକାଶ ବିଭାଗ ଅଧୀନରେ ସରକାର ଙ୍କ ଜରିଆରେ ଗର୍ଭବତୀ ପ୍ରସୂତି ମାଁ , ଏବଂ କିଶୋରୀ ବାଳିକାଅପପୃଷ୍ଟି ଶିଶୁ ଏବଂ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁ ସମଗ୍ର ବ୍ଲକ ରେ ପାଖାପାଖି 6 ହଜାର ରୁ ଉର୍ଦ୍ଧ୍ବ ହିତାଧିକାରୀ ମାନଙ୍କୁ ପୃଷ୍ଟି ସାଧନ ନିମନ୍ତେ ସୁଷମପୃଷ୍ଟିକର ଖାଦ୍ୟ ସାମଗ୍ରୀ ଯଥା ଛତୁଆ , ଲଡୁ , ସୁଜି ଭଳି ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ନର୍ଲା ବ୍ଲକ ର ଲାଇସେନ୍ସ ପ୍ରାପ୍ତ ରୁପ୍ରା ଗ୍ରାମର ମାଁ ଗାୟତ୍ରୀ ଓ ଉଳିକୁପା ଗ୍ରାମର ମାଁ ଠାକୁରାଣୀ କୁ ବିଭାଗ ତରଫରୁ ଅନୁମତି ପ୍ରଦାନ ରହିଛି।

କିନ୍ତୁ ଉକ୍ତ ଦୁଇ ଗୋଟି ସ୍ୱୟଂ ସହାୟକ ଦଳ ସରକାରଙ୍କ ବିଧି ବ୍ୟବସ୍ଥାକୁ ଫୁଙ୍କି ଉଡାଇଦେଉଥିବା ଦେଖିବାକୁ ମିଳୁଛି । ଦିନ ଦ୍ୱିପ୍ରହର ରେ ନିରୀହ ହିତାଧିକାରୀ ମାନଙ୍କୁ ଆଖିରେ ଆଙ୍ଗୁଠି ଗେଞ୍ଜି ଦେଇ ଲକ୍ଷଲକ୍ଷ ଟଙ୍କା ଲୁଟିବାରେ ବ୍ୟସ୍ତ ରହୁଥିବା ଭଳି ସଙ୍ଗିନ ଅଭିଯୋଗ ବାରୁମବାର ହୋଇଅସୁଥିଲେ ମଧ୍ୟ ସି ଡ଼ି ପି ଓ ମୌନେ ସମ୍ମତ ଲକ୍ଷଣ ପ୍ରକାଶ କରୁଥିବା ଅଭିଯୋଗ ହୋଇଛି।

ତାଙ୍କ ବିଭାଗରେ ଛତୁଆ ଠାରୁ ଆରମ୍ଭକରି ଲୋନ ଦେବାରେ ପାତର ଅନ୍ତର ନୀତି ଭଳି ଭିଭାଗ ରେ ବହୁ ବେଆଇନ କାର୍ଯ୍ୟ ଚରମ ସୀମାଟପିଥିବା ଲମ୍ବା ଅଭିଯୋଗ ତାଲିକାରେ ମେଡମ ମହୋଦୟା ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରହିବା କାର୍ଯ୍ୟପ୍ରତି ଅତିଷ୍ଠ ହୋଇ ନର୍ଲା ବ୍ଲକ ଶିବଶକ୍ତି ମହିଳା ମହାସଂଘ ର ଶତାଧିକ ମହିଳା ଓ କିନ୍ନର କରୋନା  ନିୟମ ମାନି ନର୍ଲା ଚାରିଛକ ଠାରୁ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ବିଭିନ୍ନ ନାରା ବାଜି କରୀ ପ୍ରତିବାଦ ଜଣାଇବାସହ ଏହାର ଉଚସ୍ତରୀୟ ତଦନ୍ତ କରାଯାଇ ଦୁର୍ନୀତିରେ ସଂପୃକ୍ତ ଥିବା ସିଡିପିଓ ଙ୍କୁ ତୁରନ୍ତ ବଦଳି କରିବାସହ ତଂକବିରୋଧରେ ଦୃଢକର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସରକାର ଙ୍କ ପାଖରେ ଦବି ଜଣାଇଛନ୍ତି।

Leave A Reply

Your email address will not be published.