ମାଲକାନଗିରି ( ବି ଶ୍ରୀନିବାସ ପାତ୍ର) ଜିଲ୍ଲା ସଦର ମହକୁମା ସ୍ଥିତ ନଗର ଭବନ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ମାଲକାନଗିରି ପୌର ପରିଷଦ ଦ୍ୱାରା ଓଡିଶା ସରକାରଙ୍କ ସହାରାଞ୍ଚଳ ଜାଗା ମିଶନ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଆଦିବାସୀ ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ତହସିଲଦାର ଡ଼ଃ ଗୁଣନିଧି ନାୟକ, ପୌର ପରିଷଦର ନିର୍ବାହୀ ଅଧିକାରୀ ତ୍ରିଶୂଳ ମାରଡ଼ି ଙ୍କ ସମେତ ତାଙ୍କ ଅଫିସର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଭୂମିହୀନ ଗରିବ ମାନଙ୍କୁ ଜାଗା ପଟା ପ୍ରଦାନ କଟିଥିଲେ। ପ୍ରାୟ ୧୫ ଜଣଙ୍କୁ ପଟା ପ୍ରଦାନ କରାଯାଇଥିଲା। ସରକାରଙ୍କ ଏହି scheam ରେ ଜଣେ ଭୂମିହୀନଙ୍କୁ ୩୨୩ ସ୍କ୍ୱାର ଫୁଟର ଜାଗା ଦେବା ଅହରହ ଚାଲୁ ରହିବ ବୋଲି ମାନ୍ୟବର ତହସିଲଦାର ଏହି ବୈଠକରେ କହିଛନ୍ତି। ଓଡିଶା ସରକାର ପ୍ରତିଜ୍ଞା ବଦ୍ଧ ଜେ, ଓଡ଼ିଶାର ସାଢ଼େ ଚାରି କୋଟି ଲୋକ କେହିବି ଜଣେ ଭୂମିହୀନ ରହିବେ ନାହିଁ। ଜଣେ ଲୋକର କିଛି ଜାଗା ଥିଲେତ ସେ ନିଜେ ହେଉ ବା ଭାରତ ସରକାର କିମ୍ବା ଓଡ଼ିଶ ସରକାର ଙ୍କ ତରଫ ରୁ ଖଣ୍ଡିଏ ଘର ପାଇ ପାରିବ । ଜାଗା ନଥିଲେ କେମିତି ଘର କରିବ ବା କେମିତି ମୁଣ୍ଡ ଗୁଂଜି ରହିବ ଏହିକଥା ସ୍ୱତନ୍ତ୍ର ବିକାଶ ପରିଷଦର ଅଧକ୍ଷ ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ କହିଥିଲେ । ପୂର୍ବରୁ ମାଲକାନଗିରି ସହରର ପ୍ରାୟ ୭୦ ବର୍ଷ ଧରି ପଟ୍ଟା ପାଇନଥିବା ବ୍ୟକ୍ତି ମାନଙ୍କ ସରକାର ପଟ୍ଟା ପ୍ରଦାନର ବ୍ୟବସ୍ଥା କରାଇଥିଲେ ଶ୍ରୀ ମାଡକାମୀ, ସେଥିରେ ସହରର ବହୁ ବିନାପଟ୍ଟାଧାରି ବ୍ୟକ୍ତିବିଶେଷ ପଟା ପାଇ ଉପକୃତ ହେଉଛନ୍ତି। ଓଡିଶା ସରକାରଙ୍କ ନିୟମ ମୁତାବକ ସରକାରଙ୍କ ପାଖରେ ଜାଗା ନଥିଲେ ବି ପ୍ରାଇଭେଟ ଜମି କିଣି ମଧ୍ୟ ଜମିହୀନ ହିତାଧିକାରୀଙ୍କୁ ଦେବା ବ୍ୟବସ୍ଥା କରାଯାଇଛି।
Sign in
Sign in
Recover your password.
A password will be e-mailed to you.