ମାନବ ସେବା ସଂଘ ‘ମୁକ୍ତିପଥ’ ତରଫରୁ ୫୧ତମ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ। 

0

ଝାରସୁଗୁଡ଼ା:(ସୁଭାଷ ସହାରେ) ଆଜି ମାନବ ସେବା ସଂଘ ପକ୍ଷରୁ ପୁଣି ଏକ ଅଚିହ୍ନା ମୃତ ଦେହର ସଂସ୍କାର ହିନ୍ଦୁ ନୀତି ନିୟମ ଅନୁଯାୟୀ କରାଯାଇଛି। ଏହା ସହିତ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ସର୍ବମୋଟ ଏହିପରି ୫୧ ଜଣଙ୍କ ମର ଶରୀରର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି। 

ସୂଚନା ଅନୁଯାୟୀ, ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ପରେ କୋଲାବିରା ପୋଲିସ UD Case No.15/2020 ମାମଲା ରୁଜୁ କରି  ତା:9/10/2020 ରେ ମରଶରୀରକୁ  ପୋଷ୍ଟମର୍ଟମ କରିବାକୁ ପଠାଇ ଦେଇଥିଲେ। ପରେ ତାଙ୍କ ମରଶରୀରକୁ ମାନବ ସେବା ସଂଘ ‘ମୁକ୍ତିପଥ’ କୁ ହସ୍ତାନ୍ତର କରାଯାଇଥିଲା। ମୃତ ବ୍ୟକ୍ତିଙ୍କ  ପରିବାର ସଦସ୍ୟଙ୍କ କୌଣସି ସନ୍ଧାନ ନ ମିଳିବାରୁ ଏହି ଶବର ଅନ୍ତିମ ସଂସ୍କାର ତା:13/10/2020 ରେ ମାନବ ସେବା ସଂଘ ସ୍ଥାନୀୟ ବୁରୋମାଲ ସ୍ଥିତ ମୁକ୍ତିଧାମ ଶ୍ମଶାନରେ  କରିଅଛି। ଏ ପର୍ଯ୍ୟନ୍ତ ସଂଘ ତରଫରୁ ୫୧ ଜଣଙ୍କ ଅନ୍ତିମ ସଂସ୍କାର କରାଯାଇ ସାରିଛି। କୋଲାବିରା ଥାନାର ଏଏସଆଇ ପି କେ ପ୍ରଧାନ,ହାବିଲଦାର ଏମ ଏସ ଓରାମ, ସଂଘର କାର୍ଯ୍ୟକର୍ତ୍ତା ରମେଶ ଗାନ୍ଧୀ, ସୋଫିଆ ମିଞ୍ଜ, ସାର୍ତ୍ତୁକୋ ବେହେରା, ସରୋଜ ସିଂହ, ବାସିଲ ବାରି, ବଣ୍ଟି ସୁନା,ରାହୁଲ ସୁନା ପ୍ରଭୃତିଙ୍କ ଉପସ୍ଥିତିରେ ମୃତ ଶରୀରର ଅନ୍ତିମ ସଂସ୍କାର  ସମାପିତ ହୋଇଥିଲା। 

ମୃତ ବ୍ୟକ୍ତି ଜଣକ ଗତ ୯ ତାରିଖ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Leave A Reply

Your email address will not be published.