ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡ଼ା ବୁରୋମାଲ ବୁଡାପଡା ଉପକଣ୍ଠରେ ଥିବା ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟରେ ସାମାଜିକ ନ୍ୟାୟ ଓ ସଶକ୍ତି କାରଣ ମନ୍ତ୍ରାଳୟ, ଭାରତ ସରକାରଙ୍କ ନିର୍ଦେଶ କ୍ରମେ ସ୍ବଚ୍ଛତାପକ୍ଷ ପାଇଁ ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ବୁଡ଼ାପଡା, ସ୍ବାମୀ ବିବେକାନନ୍ଦ ସମାଜ କଲ୍ୟାଣ ସଂଘ, ବୁଡାପଡା ଝାରସୁଗୁଡାର ମିଳିତ ଆନୁକୂଲ୍ୟରେ ଓ ଝାରସୁଗୁଡା ପୌରପାଳିକା ର ସହଯୋଗରେ ଝାଡେଶ୍ୱରୀ ସ୍ଵତନ୍ତ୍ର ଦୃଷ୍ଟି ବାଧିତ, ମୁକ ବଧିର, ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷଘାତ ବିଦ୍ୟାଳୟ କର୍ମଚାରୀ, ପରିଚଳନା କମିଟି ର ମିଳିତ ଉଦ୍ୟମରେ ବୁଡାପଡା ଠାରେ ସମସ୍ତ କୋବିଡ଼ ନିୟମକୁ ପାଳନ କରି ମାସ୍କ, ହାତ ଗ୍ଲୋବ, ମୁଣ୍ତରେ ଟିସୁ କୋଭର , ସାନିଟାଇଜର ବ୍ୟବହାର କରି ସଫେଇ କାର୍ଯ୍ୟକ୍ରମ କୁ ପରିଚାଳନା କରାଯାଇଥିଲା। ଏହି ଅଭିଯାନକୁ ଝାଡେଶ୍ୱରୀ ସ୍ବତନ୍ତ୍ର ଦିବ୍ୟା ଙ୍ଗ ବିଦ୍ୟାଳୟ ଅଧ୍ୟକ୍ଷା ମମତା ଦାଶଙ୍କ ଆବାହକତ୍ବରେ ଆୟୋଜନ କରା ଯାଇଥିବା ବେଳେ ଆନୁଷ୍ଠାନିକ ଭାବେ ସ୍କୁଲର ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର ଉଦଘାଟନ କରିଥିଲେ, ଏହି ସଫେଇ ଅଭିଯାନରେ ଉପସଭାପତି କବି ନିକୁଞ୍ଜ ବିହାରୀ ମିଶ୍ର, ସଚିବ ହରିଶଙ୍କର ପୁରୋହିତ, ଯୁଗ୍ମ ସଚିବ ବିଜୟ ସାହିଗଲ, ସଂଯୋଜକ ବିଶ୍ଵନାଥ ନାଏକ, ବିଦ୍ୟାଳୟର କର୍ମଚାରୀ ମଧ୍ୟରେ ଶିକ୍ଷୟତ୍ରୀ ତଥା ହଷ୍ଟେଲ ଅଧିକ୍ଷକ ନମିତା ନାଥ, ସୁଲୋଚନା ସାହୁ, ଶିକ୍ଷକ ଉପେନ୍ଦ୍ର ଭଇଁସା, ଗୋକୁଲ କିଷାନ,ବନିତା ଲୁହୁରା, କାନ୍ତା ନାଏକ, ଜିଲ୍ଲା ଦିବ୍ୟାଙ୍ଗ ମହାସଂଘର ସଭାପତି ଡାକ୍ତର ପ୍ରକାଶ ଚନ୍ଦ୍ର ରାଣା, ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ, ଏଥିରେ ବିବେକାନନ୍ଦ ସମାଜ କଲ୍ୟାଣ ସଂଘର ସଭାପତି,ସୁରେନ୍ଦ୍ର ମହାନନ୍ଦ ଓ ସଭ୍ୟ ମାନେ ତଥା ଝାରସୁଗୁଡା ପୌର ପାଲିକା ରୁ ସଫେଇ କାର୍ମଚାରି ମାନେ ଯୋଗ ଦେଇ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। । ଏହି ସଫେଇ ଅଭିଯାନରେ ଜିଲ୍ଲା ଦିବ୍ୟାଙ୍ଗ ମହାସଂଘର ସଭାପତି ଡାକ୍ତର ପ୍ରକାଶ ଚନ୍ଦ୍ର ରାଣା, ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ଉପସଭାପତି ଶ୍ରୀ ମିଶ୍ର କବିତା ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.