ଓଡ଼ଗାଁ ପୋଲିସକୁ ବଡ ସଫଳତା : ୧୦ଜଣ ଆନ୍ତଃ ରାଜ୍ୟ ଡକାୟତ ଦଳର ପର୍ଦାଫାସ୍

0

ଟ୍ରାକ୍ଟର ଓ ବାଇକ ସହିତ ବିିପୁଳ ପରିମାଣର ଚୋରୀ ସାମଗ୍ରୀ ଜବତ୍

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ଆଦର୍ଶ ଥାନା ୧୦ ଆନ୍ତରାଜ୍ୟ ଡକାୟତ ଦଳର ଆଜି ପର୍ଦାଫାସ କରିଥିବା ବେଳେ ଡକାୟତ ଦଳରେ ସମ୍ପୃକ୍ତ ଗଣେଷ ପ୍ରଧାନ ଏବଂ କାର୍ତୀକ ନାୟକଙ୍କ ନନ୍ଦିଘୋର ଗ୍ରାମ ତୁଳସୀସାହି ଘରୁ ବିପୁଳ ପରିମାଣର ଚୋରୀ ସାମଗ୍ରୀ ଜବତ କରିଛି । ଏହି ଥାନା ଅନ୍ତର୍ଗତ ବାହାଡ଼ାଝୋଲା ମା ସିଂହାସନୀ ମୋବାଇଲ ଦୋକାନ ଚୋରୀ ଘଟଣାରେ ସମ୍ପୃକ୍ତ ୧୦ ଜଣିଆ ଡକାୟତ ଦଳର ଅନ୍ୟତମ ସଦସ୍ୟ ନନ୍ଦିିଘୋର ନୂଆସାହି ଗ୍ରାମର ରବିନ୍ଦ୍ର ନାୟକ ଗିରଫ ହେବା ପରେ ସମସ୍ତ ଘଟଣାର ପର୍ଦାଫାସ ହୋଇଥିଲା । ଆନ୍ତ ରାଜ୍ୟ ଡାକୟତ ଦଳ ରାଜ୍ୟର ପୁରୀ, ଗଞ୍ଜାମ, କନ୍ଧମାଳ, ବ୍ରହ୍ମପୁର, ନୟାଗଡ଼ ସହିତ ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ଦିର୍ଘ ଦିନ ଧରି ଡକାୟତି  କରି ଚାଲିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣି ପାରିଛି । ଓଡ଼ଗାଁ ପୋଲିସ ଉପରୋକ୍ତ ଦୁଇଜଣଙ୍କ ଘରୁ ୨ଟି ଟ୍ରାକ୍ଟର, ୫ଟି ବାଇକ, ୪ଟି ଟ୍ରାକ୍ଟରର ବଡ଼ଚକ ଏବଂ ୪ଟି ଲୁହାଚକ, ୩ଟି ଟ୍ରାକ୍ଟର ଲଙ୍ଗଳ, ୧ଟି ରୋଟର, ୧ଟି ଧାନ ଅମଳ ଯନ୍ତ୍ର, ୨ଟି ପାଣି ମୋଟର ପମ୍ପ, ୧ଟି ଫ୍ରିଜେ ସହିତ  ୫ବସ୍ତା ସ୍ପେୟାର  ପାର୍ଟସ ଜବତ କରିଛନ୍ତିି । ଏମାନେ ଚୋରୀ କରୁଥିବା ୨ ଚକିଆ, ୩ ଚକିଆ, ୪ ଚକିଆ ଜାନ ଗୁଡ଼ିକୁ ସମ୍ପୁର୍ଣ୍ଣ ଭାବରେଖୋଲି ବସ୍ତାରେ ପ୍ୟାକିଙ୍ଗ୍ କରିଅନ୍ୟ ସ୍ଥାନକୁ ଚାଲାଣକରୁଥିବ ବେଳେ  ଚୋରି କରୁଥିବା ସମୟରେ ଏକ ଧଳା ରଙ୍ଗର ଚୋରା ବୋଲେରୋ ଓ ପିକଅପ ଭ୍ୟାନ ବ୍ୟବହାର କରିଥାନ୍ତି । ଚୋରୀ ସାମଗ୍ରୀକୁ ଉକ୍ତଗାଡ଼ିରେ ଲଦି ନିଜର ଡିପୋକୁ ଆଣିବା ପରେ ଅନ୍ୟାନ୍ୟ ସ୍ଥାନକୁ ଚାଲାଣ କରିଥାନ୍ତି । ଓଡ଼ଗାଁ ପୋଲିସ ତାର ତଦନ୍ତ ଚାଲୁ ରଖିଥିବା ବେଳେ ଆହୁରି ଅନେକ ସାମଗ୍ରୀ ଜବତ କରିବାସହିତ ଖୁବ୍ଶିଘ୍ରସମସ୍ତ ଡକାୟତମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଥିବା ନେଇ ଆଇଆଇସି ପ୍ରଜ୍ଞା ପାରମିତା ଜେନାଙ୍କଠାରୁ ପ୍ରକାଶ । 

 

Leave A Reply

Your email address will not be published.