ମଣିପୁର ଉପ ନିର୍ବାଚନ ପ୍ରଚାର ପତ୍ର ଉନ୍ମୋଚନ କଲେ ବୈଜୟନ୍ତ ପଣ୍ଡା 

0

ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମଣିପୁରରେ ହେବାକୁଥିବା ଉପ ନିର୍ବାଚନ ପାଇଁ ଦଳର ପ୍ରଚାର ପତ୍ର ଉନ୍ମୋଚନ କରିବା ସହ ଦଳୀୟ ପ୍ରାର୍ଥୀ ଚୟନ ସଂପର୍କିତ କୋର କମିଟି ବୈଠକରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ମଣିପୁରରେ ୫ଟି ବିଧାନସଭା ଆସନ ପାଇଁ ହେବାକୁଥିବା ଉପ ନିର୍ବାଚନ ପାଇଁ ଦଳର ପ୍ରଚାର ପତ୍ର ଉନ୍ମୋଚନ କରିବା ସହ ଦଳୀୟ ପ୍ରାର୍ଥୀ ଚୟନ ଓ ଅନ୍ୟ କୋର କମିଟି ବୈଠକରେ ଯୋଗ ଦେବାପାଇଁ ଶ୍ରୀଯୁକ୍ତ ପଣ୍ଡା ଆଜିଠାରୁ ଦୁଇ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ଆଜି ମଣିପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତା ଓ କର୍ମୀ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଭବ୍ୟ ସ୍ବାଗତ କରିଥିଲେ୤ ପରେ  ଶ୍ରୀଯୁକ୍ତ ପଣ୍ଡା ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଉପନିର୍ବାଚନ ପ୍ରସ୍ତୁତି ତଦାରଖ କରିବା ସହ କୋର କମିଟି ବୈଠକରେ ଯୋଗ ଦେଇଥିଲେ।

Leave A Reply

Your email address will not be published.