ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ପିତାଙ୍କ ବିୟୋଗ

0

ଟିଟିଲାଗଡ ,(ଗୌରବ ଦର୍ଜୀ)-  ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଙ୍କ ପିତା ଗୌରୀଶଙ୍କର ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଛି। ସେ କିଛି ଦିନ ରୁ ବୃଦ୍ଧାବସ୍ଥା ରେ ପୀଡ଼ିତ ଥିଲେ। ଆଜି ଟିଟିଲାଗଡ ର ହାଟପଦା ପଡା ସ୍ଥିତ ତାଙ୍କ ବାସଭବନ ରେ ୯୬ ବର୍ଷ ବୟସ ରେ ମୃତ୍ୟୁ ବରଣ କରିଛନ୍ତି। ପିତା ଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଭୁବନେଶ୍ୱର ରୁ ଟିଟିଲାଗଡ ଅଭିମୁଖେ ବାହାରି ଥିବା ଜଣାପଡିଛି। ଆସନ୍ତା ସକାଳେ ହାଟପଦା ପଡା ସ୍ଥିତ ଶ୍ମଶାନ ରେ ତାଙ୍କ ଅନ୍ତିମ ସଂସ୍କାର କରାଯିବା ସୂଚନା ରହିଛି। ସ୍ୱର୍ଗତଃ ତ୍ରିପାଠୀ ଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସଭବନ ସମ୍ମୁଖରେ ଲୋକଙ୍କ ସୁଅ ଛୁଟିଛି। ତାଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ସ୍ୱର୍ଗତଃ ତ୍ରିପାଠୀଙ୍କ ମୃତ୍ୟୁ ଟିଟିଲାଗଡ ବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତଃ ଗୌରୀଶଙ୍କର ତ୍ରିପାଠୀଙ୍କ ଆତ୍ମର ସଦଗତି କାମନା କରୁଛି ଟିଟିଲାଗଡ ବାସୀ।

Leave A Reply

Your email address will not be published.