ଯୁଦ୍ଧରେ  ହାରିଗଲେ କରୋନା ଯୋଦ୍ଧା

0

ବାରିପଦା:(ଦିଲ୍ଲୀପ ମହାନ୍ତି )- ଡାକ୍ତର କୁନାଲ ପାତ୍ର । ଘର ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ବୁଢ଼ାମରା ଅଞ୍ଚଳରେ । କରୋନା ଯୁଦ୍ଧା ଭାବେ ସଂଗ୍ରାମ ଚଳାଇଥିବା ବେଳେ ଶେଷରେ ନିଜେ କୋଭିଡ଼-୧୯ ସଂକ୍ରମଣର ଶିକାର ପାଲଟି ଗଲେ ଡାକ୍ତର କୁନାଲ ପାତ୍ର । ତାଙ୍କ ମୃତ୍ୟୁ ଖବର  ସ୍ଥାନୀୟ ଜନସାଧାରଣଙ୍କୁ ଗଭୀର ଆଘାତ ପହଞ୍ଚାଇଛି  । ସେ ପ୍ରଥମ ଥର କରୋନାକୁ ପରାସ୍ତ କରାଇ ବିଜୟ ହୋଇଥିବା ବେଳେ ଦ୍ଵିତୀୟ ଥର ପରାସ୍ତ ହୋଇ ଜୀବନ ହରାଇ ଦେଇଥିବାର ଜଣାପଡିଛି ।  କୁନାଲ ପାତ୍ର ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଭାବେ କାର୍ଯ୍ୟରତ ଥିଲେ।  ଗତକାଲି ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଆଖି ବୁଜିବା ପରେ ତାଙ୍କର ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ  ସତ୍ୟନଗର  ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା।

ପ୍ରକାଶ ଥାଉକି, ଡାକ୍ତର କୁନାଲ ପାତ୍ର ଗତ ଜୁଲାଇ ମାସରେ କରୋନା ଆକ୍ରାନ୍ତ ହୋଇ ବାରିପଦା କୋଭିଡ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ ଏବଂ ୧୦ ଦିନର ଚିକିତ୍ସା ପରେ  କରୋନାରୁ ମୁକ୍ତ ହୋଇ ଘରକୁ ଫେରିଥିଲେ । ଘରେ ଅବସ୍ଥାନ କରୁଥିବା ବେଳେ ସେପ୍ଟେମ୍ବର ୧୯ରେ ଗୁରୁତ୍ତର ଭାବେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା ।

  ସେଠାରେ ମୃତ୍ୟୁ ହୋଇଥିଲା ଏବଂ  ଦ୍ୱିତୀୟ ଥର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୭ରେ ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ରୂପଭାନୁ ମିଶ୍ର । ତେବେ କିଛିଦିନ ପୂର୍ବେ ଅନ୍ୟ ଜଣେ କରୋନା ଯୁଦ୍ଧା ତଥା ସୁପ୍ରଶାସକ ରାଇରଙ୍ଗପୁର ସହକାରୀ ଏସପି ଅଶୋକ ପଟ୍ଟନାୟକଙ୍କୁ ମୟୂରଭଞ୍ଜବାସୀ ସବୁଦିନ ନିମନ୍ତେ ହରାଇ ବସିଥିବା ବେଳେ ଏବେ ଜଣେ ଡାକ୍ତରଙ୍କୁ ହରାଇ ବସିଛି ।

Leave A Reply

Your email address will not be published.