ବରଗଡ :- ପୂରଣ ହୋଇଛି ଅନେକ ଦିନର ସ୍ବପ । ଲୋକଙ୍କର ଆବଶ୍ୟକତା କୁ ସମ୍ମାନ ଜଣାଇଛନ୍ତି ରାଜ୍ୟ ସରକାର ।ଆଜି ଉଦ୍ଘାଟିତ ହୋଇଛି କୁଳିଆରୀ ଜୋର ଉପରେ ବହୁ ପ୍ରତୀକ୍ଷିତ ନବନିର୍ମିତ ସେତୁ । ବରଗଡ ଜିଲ୍ଲା ଭଟଲି ବ୍ଲକର ହଲଦୀପାଲି ଦେଉଳତୁଣ୍ଡା ରାସ୍ତାର କୁଳିଆରୀ ଜୋର ଉପରେ ସାଢ଼େ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଜୁ ସେତୁ ଯୋଜନାରେ ନିର୍ମିତ ଉଚ୍ଚ ସ୍ତରୀୟ ସେତୁକୁ ଆଜି ରାଜ୍ୟ ସରକାରଙ୍କର ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଉଦ୍ଘାଟନ କରିଥିଲେ । ଏହି ସେତୁ ହେବା ଦ୍ୱାରା ଭଟଲି ବ୍ଳକର ୮ ଗୋଟି ପଂଚାୟତ ଓ ସୋହେଲା ବ୍ଲକର ସର୍କଣ୍ଡା ଓ କରଣ୍ଡୋଲା ପଂଚାୟତର ଲୋକେ ସିଧାସଳଖ ଉପକୃତ ହେବେ । ଏହି ସେତୁ ସିଧାସଳଖ ଟୁକୁରଲା ଠାରେ ଥିବା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ ହୋଇଛି । ଯାହାଫଳରେ ଲୋକେ ଅବିଳମ୍ବେ ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରଖାନାକୁ ପହଂଛି ପାରିବେ । ଏହି ସେତୁ ଉଦ୍ଘାଟନ ଅବସରରେ ମାନ୍ୟବର ମନ୍ତ୍ରୀ ଙ୍କର ସହିତ ଭଟଲି ବ୍ଲକର ଭାଇସ ଚେୟାରମ୍ୟାନ ମଦନ ସାହୁ,ଗୋବିନ୍ଦ ପଧାନ,ସତ୍ୟ ନାରାୟଣ ପଧାନ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ମିଶ୍ର,ଉପ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବେହେରା,କନିଷ୍ଠ ଯନ୍ତ୍ରୀ ବିଧୁ ଭୂଷଣ ଶତପଥୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post