ବିସ୍ମୟ : ମାତ୍ର ତିନି ବର୍ଷର ଶିଶୁ, ଦେଖ ହୋ କି କରାମତି ତାର

0

ଝାରସୁଗୁଡ଼ା : (ସୁଭାଷ ସହାରେ ) ବୟସ ମାତ୍ର ତିନି ବର୍ଷ। ମାତ୍ର କାର୍ଯ୍ୟ ଯେ କୌଣସି ବୟସ୍କ ଲୋକଙ୍କ ଆଖି ଖୋସି ଦେବ। ମା’ଙ୍କ ସହ ଗାଧୋଇ ଯିବା ବେଳେ ପହଁରିବା ଅଭ୍ୟାସ କରୁ କରୁ ବର୍ତ୍ତମାନ ପୋଖରୀର ଚାରିପଟେ ଅନାୟାସରେ ପହଁରି ଆସି ପାରୁଛି। 

ଝାରସୁଗୁଡ଼ା ଲଖନପୁର ବ୍ଲକର ଭଅଁରାଚକାର ଗାଁର ତିନି ବର୍ଷର ବାଳକ ଦୁର୍ଗା ଧରୁଆ। ବିନା ପ୍ରଶିକ୍ଷଣରେ ଆଖି ପିଛୁଳାକେ ପୋଖରୀର ଏପାଖରୁ ସେପାଖ ପହଁରି ଆସୁଛି। ଧିରେ ଧିରେ ପହଁରିବା ଶିଖିବା ପରେ ଜଣେ ପୋଖତ ପହଁରାଳି ଭାବରେ ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇ ସମସ୍ତଙ୍କ ପାଇଁ ବିସ୍ମୟ ସୃଷ୍ଟି କରିଛି ଦୁର୍ଗା। ଯେଉଁ ପୋଖରୀ ପାଣି ଦେଖିଲେ ବୟସ୍କ ଲୋକଙ୍କୁ ଭୟ ଲାଗିଥାଏ, ସେଠାରେ ସେ ନିର୍ଭୟରେ ପହଁରି ଚାଲି ଯାଉଛି। ମାଆଙ୍କ ସାଙ୍ଗରେ ଗାଧୋଇବାକୁ ଯିବା ବେଳେ ଜିଦ୍ ଧରି ପୋଖରୀକୁ ଓହ୍ଲାଇ ପଡ଼ୁଥିଲା ଦୁର୍ଗା। ମା ସସ୍ମିତା ଧରୁଆ ମନା କଲେ ମଧ୍ୟ ମାନୁ ନ ଥିଲା ସେ। ଅଘଟଣ ଘଟିବା ଭୟରେ ପୁଅକୁ ବାନ୍ଧି ରଖିଲେ ମଧ୍ୟ ପୁଅର ଜିଦ ଆଗରେ ତାଙ୍କୁ ହାର ମାନିବାକୁ ପଡ଼ିଥିଲା। ଶେଷରେ ସନ୍ତରଣ ବିଦ୍ୟାକୁ ଅତି କୌଶଳର ସହ ସେ ଶିଖି ଯାଇଥିଲା। 

ଉପଯୁକ୍ତ ପ୍ରଶିକ୍ଷଣ ପାଇଲେ ସେ  ସନ୍ତରଣରେ ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣି ଦେଇ ପାରିବ ବୋଲି ମାଆ ସସ୍ମିତା ଧରୁଆ ଆଶା ପୋଷଣ କରିଛନ୍ତି।

Leave A Reply

Your email address will not be published.