ଅପହରଣ ପରେ ଛାଡ଼ ପାଇଲେ ନିର୍ବାହୀ ଯନ୍ତ୍ରୀ,ପୋଲିସ ତଦନ୍ତ ଆରମ୍ଭ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାର ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ କରି ପରେ ଛାଡ଼ି ଦେଇଥିବା ଖବର ମିଳିଛି। ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ତାଙ୍କୁ ବନ୍ଧୁକ ମୁନରେ ଓ ଭୁଜାଲି ଦେଖାଇ ଏକ ବୋଲେରୋ ଗାଡ଼ିରେ ଅପହରଣ କରିନେଇଥିଲେ। 

ସୂଚନାଯୋଗ୍ୟ ଯେ, ଏ ମଧ୍ୟରେ ଅପହରଣକାରୀ ତାଙ୍କଠାରୁ ତିନି ଲକ୍ଷ ଟଙ୍କାର ଏକ ଚେକ ନେଇଥିବା ଅଭିଯୋଗ କରିଛନ୍ତି ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକ। ଏହା ବ୍ୟତୀତ ତାଙ୍କୁ ନଗଦ ଦେବା ପାଇଁ ମଧ୍ୟ ସେମାନେ କହିବାରୁ ସେ ଜଣେ ଠିକାଦାରଙ୍କୁ ଫୋନ କରି ଟଙ୍କା ଦେବା ପାଇଁ କହିଥିଲେ। ମାତ୍ର ପୋଲିସ ଭୟରେ ଅପହରଣକାରୀ ମାନେ ତାଙ୍କୁ କେସିଙ୍ଗାରେ ଛାଡ଼ି ଦେଇଥିଲେ ବୋଲି ପଟ୍ଟନାୟକ। ଏହାପରେ ସେ କେସିଙ୍ଗା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା କହିଛନ୍ତି ଝାରସୁଗୁଡ଼ା ଏସ ପି। ଅପରାଧୀମାନେ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ତାଙ୍କ କଥାବାର୍ତ୍ତାରୁ ଅନୁମାନ କରିଛନ୍ତି ଶ୍ରୀ ପଟ୍ଟନାୟକ। 

ସୂଚାଇ ଦିଆଯାଇ ପାରେ ଯେ ମନୋରଞ୍ଜନ ପଟ୍ଟନାୟକଙ୍କ ସହିତ କିଛି ଅଘଟଣ ଘଟିଥିବାର ସମ୍ଭାବନା ଥିବା କଥା ଜଣାଇ ଆଜି ସକାଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହାୟକ ନିର୍ବାହୀ ଯନ୍ତ୍ରୀ ଝାରସୁଗୁଡ଼ା ଥାନାରେ ଏକ ମାମଲା ରୁଜୁ କରିଥିଲେ।

Leave A Reply

Your email address will not be published.