ସାଂସଦଙ୍କ ଅନୁରୋଧ ରକ୍ଷା କଲେ ଏମସିଏଲ କର୍ତ୍ତୃପକ୍ଷ

0

ସ୍ବୟଂ ଉତ୍ପାଦିତ ଅମ୍ଳଜାନ ମେସିନ ଯୋଗାଇ ଦେବାକୁ ସମ୍ମତି ପ୍ରଦାନ କଲେ। 

ଝାରସୁଗୁଡ଼ା:(ସୁଭାଷ ସହାରେ) -ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଦିନକୁ ଦିନ କୋଭିଡ ମହାମାରୀର ପ୍ରକୋପ ବଢ଼ି ଚାଲିଛି। ଏଥିପାଇଁ ଆବଶ୍ୟକ ପଡୁଥିବା ଅକ୍ସିଜେନ ସିଲିଣ୍ଡରର ଅଭାବ ସ୍ପଷ୍ଟ ଭାବରେ ପରିଲକ୍ଷିତ ହେଉଥିବା ଜାଣି ଏମସିଏଲକୁ ଏହି ଦିଗରେ ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ। ଏମସିଏଲ ପୂର୍ବରୁ ଅନେକ ଜନହିତକର କାର୍ଯ୍ୟରେ ନିଜର ଭୂମିକା ନିର୍ବାହ କରି ଆସିଅଛି ଏବଂ କୋଭିଡ ମହାମାରୀ ଭଳି ଏକ ଭୟଙ୍କର ସମୟରେ ମଧ୍ୟ ଏହା ଜନହିତକର କାର୍ଯ୍ୟରୁ ପଛଘୁଞ୍ଚା ଦେଇନାହିଁ। 

ସାଂସଦଙ୍କ ଅନୁରୋଧ ରକ୍ଷାକରି ଏମସିଏଲ ମୂଖ୍ୟ ପରିଚାଳନା  ନିର୍ଦ୍ଦେଶକଙ୍କୁ ଏକ ପତ୍ର ଲେଖି ସାଂସଦ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହା ବ୍ୟତୀତ ତୁରନ୍ତ ଏହି ଅକ୍ସିଜେନ ସିଲିଣ୍ଡରକୁ କାର୍ଯ୍ୟକ୍ଷମ କରିବା ପାଇଁ ସେ ତିନୋଟି ଯାକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ପତ୍ର ଲେଖି ଜଣାଇଛନ୍ତି।

Leave A Reply

Your email address will not be published.