ପଦ୍ମପୁର- ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମରେ ଆଜକୁ ଦୁଇ ବର୍ଷ ପୂର୍ବେ ଟେମରୀ ଗ୍ରାମ ଠାରୁ ନିକଟସ୍ଥରେ ଥିବା ମଗରା ନାଳାକୁ ରାସ୍ତା ନିର୍ମାଣ କରା ଯାଇଛି । ଏହି ରାସ୍ତା ମୁରୁମ ଓ ମେଟାଲ ଦ୍ବାରା ନିର୍ମିତ ହୋଇଥିଲା । ଏବେ ବର୍ଷାରେ ସବୁ ମୁରୁମ ଧୋଇ ହୋଇ ଯାଇ ରାସ୍ତା ସାରା ମେଟାଲ ଦେଖା ଯାଉଛି । ଡେମର ପାଣି ରାସ୍ତା ଉପରେ ପ୍ରଖର ସ୍ରୋତରେ ଆସି ରାସ୍ତାକୁ ଧୋଇ ଦେଉଛି । ଯଦି ଏହି ରାସ୍ତା ଉପରେ ଛଅ ଇଞ୍ଚର ମୁରୁମ ବିଛାଇ ଦିଆଯିବ ତେବେ ରାସ୍ତା ଠିକ୍ ହୋଇ ଯିବ । ଏହି ରାସ୍ତା ଦେଇ ଗାଡି ମଟର କିଛି ଯାଇ ପାରୁନାହିଁ । ଲୋକେ ଯିବା ଆସିବା ପାଇଁ ଅସୁବିଧା ଭୋଗ କରୁଛନ୍ତି । ତେଣୁ ରାସ୍ତା ମଝିରେ ରାସ୍ତାକୁ କାଟି ପାଣି ଯାଉଥିବା ସ୍ଥାନରେ ଯଦି କଲର୍ଭଟ ଟିଏ ନିର୍ମିତ ହୋଇଥାଏ ତେବେ ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେବ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ତଦନ୍ତ କରି ପଦକ୍ଷେପ ନେଲେ ଉପକୃତ ହୁଅନ୍ତେ ବୋଲି ଟେମରୀ ଗ୍ରାମବାସୀ ସର୍ବ ବାଳକୃଷ୍ଣ ବନଛୋର,ଚୁଡାମଣି ପାଣିଗ୍ରାହୀ, ଅମୃତ ଲାଲ ଠାକୁର,ୠକୁଣ ବନଛୋର, ଅମୃତ ବାରିକ ପ୍ରମୁଖ ଉପସ୍ଥିତ ହୋଇ ଏସଡିଓ ଅଧିକାରୀ କ୍ଷୁଦ୍ର ଜଳସେଚନ ବିଭାଗଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post