ରାମଚନ୍ଦ୍ର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ରକ୍ତ ଦାନ ଶିବିର ।

0 1

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରାମଚନ୍ଦ୍ର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀର ସଭା ଗୃହରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୬୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବୁର୍ଲା ଭିମସାର ଡାକ୍ତରଖାନାର ରକ୍ତ ଭଣ୍ଡାର ଡାକ୍ତର ଓ ସହ କର୍ମୀ ମାନେ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।  ଦୁର୍ଗା ପୂଜା କମିଟିର ଅଧ୍ୟକ୍ଷ ସୁଧାଂଶୁ ମେହେରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବରେ ଡା.ରାଜକୁମାର ବଡପଣ୍ଡା, ରାମଦାସ ପଣ୍ଡା, ଅବିନାଶ ମିଶ୍ର, ଶ୍ଯାମ ଡିଆରଆଇ ଗୃପର ବରିଷ୍ଠ ଅଧିକାରୀ ମନୋଜ ପଣ୍ଡା, ଶରଦ କୁମାର, ଆଇନ ପରାମର୍ଶଦାତା ପ୍ରମୋଦ ସରାଫ, ପୂଜା କମିଟିର ବରିଷ୍ଠ ସଭ୍ୟ କୈଲାଶ ମେହେର, ଝସକେତନ ମେହେର ଓ କମିଟିର ସଦସ୍ୟ ମାନଙ୍କ ସହ ଗ୍ରାମର ବରିଷ୍ଠ ନାଗରିକ  ମାନେ ଉପସ୍ଥିତ ଥିଲେ।  

   

Leave A Reply

Your email address will not be published.