ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଜନଶୁଣାଣି ଲୋକଙ୍କ ମୌଳିକ ଅଧିକାର ବିରୋଧୀ

0 1

ପୁନଶ୍ଚ କରାଯାଉ ଜନଶୁଣାଣି: ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ। 

ଝାରସୁଗୁଡ଼ା :(ସୁଭାଷ ସହାରେ) – ଗତ ୩୦ ସେପ୍ଟେମ୍ବରରେ ଝାରସୁଗୁଡ଼ାର କୁରେଇବଗାଠାରେ ବେଦାନ୍ତ ସପକ୍ଷରେ ରାଜ୍ୟ ପରିବେଶ ସୁରକ୍ଷା ବୋର୍ଡ଼ ଦ୍ବାରା ଅନୁଷ୍ଠିତ ହୋଇଥିବା ଜନଶୁଣାଣିର ବିରୋଧ କରିଛି ଝାରସୁଗୁଡ଼ା ଜିଲ୍ଲାର ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ। ଏ ନେଇ ସଂଘର ସଭାପତି ଶ୍ରୀ ସତ୍ୟନାରାୟଣ ରାଓ ଆଜି ଏକ ପ୍ରେସ ବିଜ୍ଞପ୍ତି ରିଲିଜ କରିଛନ୍ତି। 

ଶ୍ରୀ ରାଓଙ୍କ ମତରେ ଗତ ୩୦ ତାରିଖରେ ହୋଇଥିବା ଜନଶୁଣାଣିରେ ଅଧିକାଂଶ ଲୋକ କୋରୋନା ଗାଇଡଲାଇନ୍ ଯୋଗୁଁ ଉପସ୍ଥିତ ହୋଇପାରି ନଥିଲେ। ତେଣୁ ସେମାନ ନିଜ ପକ୍ଷ ରଖି ପାରି ନଥିଲେ। ଏହାଦ୍ୱାରା ସେମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି। ଗତ ୨୯ ତାରିଖରେ ହାଇକୋର୍ଟ ଜନଶୁଣାଣି ଉପରେ ରୋକ ଲଗାଇବା ସତ୍ତ୍ୱେ ୩୦ ତାରିଖରେ ଏହି ରହିତାଦେଶକୁ ଚ୍ୟାଲେଞ୍ଜ କରି ଜନଶୁଣାଣି ପୂର୍ବ ନିର୍ଦ୍ଧାରିତ ତାରିଖରେ କରାଯାଇ ଥିବାରୁ ଲୋକେ ଏହି ଜନଶୁଣାଣିରେ ଉପସ୍ଥିତ ରହି ପାରି ନଥିଲେ। ଏହା ବ୍ୟତୀତ ଝାରସୁଗୁଡ଼ା ଜିଲ୍ଲାର ଅନେକ ଅଞ୍ଚଳ କଣ୍ଟେନମେନ୍ଟ ଜୋନରେ ରହିଥିବାରୁ ସେମାନଙ୍କ ପକ୍ଷରେ ଏହି ଜନଶୁଣାଣିରେ ଯୋଗଦାନ ସମ୍ଭବ ହୋଇପାରି ନଥିଲା। ଏଣୁ ଏହି ଜନଶୁଣାଣିକୁ ରଦ୍ଦ କରି ଅନ୍ୟ ଏକ ତାରିଖରେ ଜନଶୁଣାଣି କରିବା ପାଇଁ ଦାବି ଜଣାଇଛନ୍ତି ଶ୍ରୀ ରାଓ।

 

 

 

 

Leave A Reply

Your email address will not be published.