ବରଗଡ :- ଝିଅର ବୟସ ୨୨ । ହେଲେ ସେ ଦେଖା ଯାଉଛି ଏକ ଛୋଟ ଝିଅ ପରି କାରଣ ତାର ରହିଛି ହୃଦରୋଗ । ଝିଅଟି ହେଉଛି ପଦ୍ମପୁର ବ୍ଲକ ବୁଢାମାଲ ଗ୍ରାମପଞ୍ଚାୟତ ଅଧିନସ୍ଥ ଖଇରପାଳି ଗ୍ରାମର ଅବିନ ବରିହା ଙ୍କର ଝିଅ ଜାନକୀ ବରିହା । ଅବିନ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବା କାରଣରୁ ଝିଅର ଚିକିତ୍ସା ଠିକ ଭାବରେ କରି ପାରୁନଥିବା ଖବର ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁୱାନ ଙ୍କର ନଜରକୁ ଆସିବା ମାତ୍ରେ ଉପଜିଲ୍ଲାପାଳ ପହଂଛି ଯାଇଥିଲେ ଖଇରପାଳି ଗ୍ରାମର ଅବିନ ବରିହା ଙ୍କର ଘରଜୁ । ସାଙ୍ଗରେ ଥିଲେ ପଦ୍ମପୁର ତହସିଲଦାର ଶ୍ରୀ ଜୟନ୍ତ କୁମାର ସାହୁ ଓ ଡାକ୍ତର ଶ୍ରୀ ଗିତା ପୀୟୂଷ ମିଶ୍ର । ଅବିନ ଙ୍କର ଘରେ ପହଂଛି ଉପଜିଲ୍ଲାପାଳ ଅବିନ ଏବଂ ତାଙ୍କର ପରିବାର ଲୋକଙ୍କର ସହିତ ଜନକୀର ରୋଗ ବାବଦରେ ଆଲୋଚନା କରିଥିଲେ । ଏହାପରେ ଡାକ୍ତର ମିଶ୍ର ଜନକୀର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଡାକ୍ତର ଙ୍କର କହିବା ମୁତାବକ ଜନକୀ କୁ ଅସ୍ତ୍ରୋପଚାର ର ଆବଶ୍ୟକତା ରହିଛି । ଜନକୀର ଚିକିତ୍ସା ପାଇଁ ସରକାର ଙ୍କର ନିୟମ ମୁତାବକ ସମସ୍ତ ପ୍ରକାର ଉପାୟ କରାଯିବ ବୋଲି ଉପଜିଲ୍ଲାପାଳ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଜନକୀର ଚିକିତ୍ସା ପାଇଁ ପ୍ରଶାସନ ତରଫରୁ ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଆମକୁ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post