ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଅଖିଳ ଭାରତ କଂଗ୍ରେସ କମିଟିର ପୁର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ହାଥରସ୍ ଗଣବଳାତ୍କାରର ମୃତ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ଉତ୍ତର ପ୍ରଦେଶ ପୋଲିସ ସେମାନଙ୍କୁ ଅପମାନିତ କରିବା ସହିତ ଆକ୍ରମଣ କରିଛି। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶ୍ୱିନୀ ଗୁରୁ ଙ୍କ ନେତୃତ୍ବର ସହରର ଲକ୍ଷ୍ମୀ ଟକିଜ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥ ଙ୍କର କୁଶ ପୁତ୍ତଲିକା ଦାହ କରାଯାଇଛି। କଂଗ୍ରେସ କାଯ୍ୟକର୍ତ୍ତା ମାନେ ଜିଲ୍ଲା କଂଗ୍ରେସ କାଯ୍ୟାଲୟ ଠାରୁ ଏକ ସୋଭାଯାତ୍ରାରେ ବାହାରି ଲକ୍ଷ୍ମୀ ଟକିଜ ଛକରେ ପହଞ୍ଚିବା ପରେ ସେଠାରେ ହାଥରସ୍ ଗଣବଳାତ୍କାରର ମୃତ ପୀଡ଼ିତାଙ୍କ ପାଇଁ ୟୁପି ସରକାର ସଂପୂର୍ଣ୍ଣ ଭାବରେ ଦାୟି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏପରିକି ୟୁପି ରେ ଆଇନ ଶୄଙ୍ଖଲା ପରିସ୍ଥିତି ବତ୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥ ତୁରନ୍ତ ଇସ୍ତଫା ଦେବା ପାଇଁ ଦାବି କରିଛି କଂଗ୍ରେସ ।
Sign in
Sign in
Recover your password.
A password will be e-mailed to you.