ବୁର୍ଲାରେ ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ସହ କରୋନା ସଚେତନତା କାର୍ଯ୍ୟକ୍ରମ 

0

ସମ୍ବଲପୁର-ବୁର୍ଲା (ରମାକାନ୍ତ ବିଶ୍ବାଳ )- ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ର ଅବସର ରେ ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ,ଜ୍ୟୋତି ବିହାର ପରିସର ରେ ଥିବା ମହାତ୍ମା ଗାନ୍ଧୀ ଙ୍କର ପ୍ରତିମୁର୍ତି ରେ ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଇଂ ସିଦ୍ଧାର୍ଥ ଦାସ,ସମ୍ବଲପୁର ଜିଲ୍ଲା ପାଇଁ ବିଜେଡି ର ରାଜ୍ୟ ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ,ବିଜେଡି ର ରାଜ୍ୟ ସମ୍ପାଦକ ଶ୍ରୀ ଶୈଳେଶ ଦାନୀ ପ୍ରମୁଖ ମାଲ୍ୟାର୍ପଣ କରି ଥିଲେ I ବିଜେଡି ନେତା ଶ୍ରୀ ଅଶୋକ ମହାକୁଡ଼ ଙ୍କ ସଂଯୋଜନା ରେ ବିଜୁ ଜନତା ଦଳ ର ଏହି ମାସବ୍ୟାପୀ କରୋନା ସଚେତନତା କାର୍ଯ୍ୟକ୍ରମ ବୁର୍ଲା ଥାନା ଛକ ଠାରେ ମାସ୍କ ଓ ସାବୁନ ବଣ୍ଟନ ରେ ଆରମ୍ଭ କରାଗଲା ଏବଂ ମହତାବ ନଗର ସ୍ଥିତ ଗାନ୍ଧୀ କ୍ଲବ ରେ ଯୁବକ ମାନଙ୍କୁ ଓ ସାଧାରଣ ଜନତା ଙ୍କୁ ସମ୍ବର୍ଧନା ବାର୍ତା ଦିଆ ଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଅଶୋକ ମହାକୁଡ଼ ଙ୍କ ସହ ଆଇନଜୀବୀ ଲକ୍ଷ୍ମୀଧର ମହାନ୍ତି ,ଦିଲୀପ ଦାଶ,ଆଶିଷ ମିଶ୍ର,ତାପସ ପଲାଇ,ନିଶିଥ ଆକାଶ,ଅମିତ ନାଥ,ଶିଶିର ମହାନ୍ତି,ସୁଧୀର ପାଣିଗ୍ରାହୀ,ଦୀନେଶ ସେଠ,ଯାମିନୀ ବହିଦାର,ଅଭିମନ୍ୟୁ ରାଉତ,ସୂର୍ଯ୍ୟକାନ୍ତ ସ୍ୱାଇଁ ,ସିଦ୍ଧାର୍ଥ କୁମାର ପ୍ରଧାନ,ନଳିନୀ ସ୍ୱାଇଁ,କେଦାରନାଥ ଦଳେଇ,ଅଜିତ ବାଗ,ବିବେକ ମହାପାତ୍ର,କେଇରୁ,ଅନିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ I

 

Leave A Reply

Your email address will not be published.