ଅଭିଶପ୍ତ ଦ୍ୱାରଶୁଣି, ଜୀବନ ନେଉଛି ଗଣି ଗଣି  

0

http://www.youtube.com/watch?v=Fg8llEuHZ5c 

ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଟ୍ରକ ପଛରୁ ଧକ୍କା ଦେଲା ଅଟୋ:୨ ମୃତ, ୧୦ ଗୁରୁତର

ବାରିପଦା(ଦିଲ୍ଲୀପ ମହାନ୍ତି )-, ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଆଜି ପୂର୍ବାହ୍ନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଏକ ଅଟୋକୁ ପଛ ପଟୁ ଧକ୍କା ଦେଇ ଟ୍ରକ୍ ଓଲଟିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ,  ଆଜି ସକାଳେ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ବିଶୋଇ ବ୍ଲକର ଦୋପଟ୍ଟା ଗାଁରୁ ଶୁଳିଆପଦା  ଅଭିମୁଖେ ଏକ ଅଟୋରେ ୧୨ ଜଣ ଯାତ୍ରୀ ଯାଉଥିଲେ।  ସେମାନଙ୍କ ମଧ୍ୟରେ ୪ ଜଣ ମହିଳା, ୪ ଜଣ ପୁରୁଷ ଓ ୪ ଜଣ ୧୦ରୁ ୧୨ ବର୍ଷ ମଧ୍ୟରେ ପିଲା ଥିଲେ। ସେମାନେ ନିଜ ଗାଁରୁ ପ୍ରାୟ ୨୦ କିଲୋମିଟର ଆସିବା ପରେ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଅଟୋଟି ବାଙ୍ଗିରିପୋଷି ଘାଟିରେ ଓହ୍ଲାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଅଟୋକୁ ପଛ ପଟୁ  ପିଟି କିଛି ଦୂରକୁ ଘୋଷାରି ନେଇଥିଲା। ଏହାପରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିବା ବେଳେ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ପିଲା ଓ ଜଣେ ପୁରୁଷ ଅଛନ୍ତି। ଖବର ପାଇ ବାଙ୍ଗିରିପୋଷି ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ  ଅନ୍ୟ ଆହତମାନଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ପିଆରଏମ  ମେଡିକାଲକୁ ପଠାଇ ଦେଇଛି। ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଓ ହେଲପର ଟ୍ରକ ଛାଡି ଫେରାର ହୋଇଯାଇଥିବା ଜଣାଯାଇଛି।

 

Leave A Reply

Your email address will not be published.