ଦିବଂଗତ ସିନେ ତାରକା ଅଜିତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର ମିରର ଥିଏଟର ପକ୍ଷରୁ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ କରାଯାଇ ଓଡ଼ିଆ ସିନେମା ଜଗତର ମହାନ କଳାକାର ଅଜିତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଥିଏଟରର ସଭ୍ୟଗଣ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ। ମିରର ଥିଏଟରର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପ୍ରଧାନ ସ୍ବର୍ଗତ ଅଜିତ ଦାସଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ଓଡ଼ିଆ ସିନେମା ହେଉ କିମ୍ବା ଥିଏଟର, ଶ୍ରୀ ଦାସଙ୍କ କଳାପ୍ରତିଭା ଉଚ୍ଚକୋଟୀର ଥିଲା। ସମସ୍ତ ପ୍ରକାରର ଅଭିନୟରେ ସେ ଥିଲେ ପାରଙ୍ଗମ। ଜାଗୃତି ଇନଷ୍ଟିଚ୍ୟୁଟ ଅଫ୍ ଥିଏଟରର ସ୍ଥାପନା କରି କଳାକାର ସୃଷ୍ଟି କରିବା ପାଇଁ ତାଙ୍କର ପ୍ରଚେଷ୍ଟା ଓ ସେଥିପାଇଁ ଯୁବ କଳାକାରମାନଙ୍କୁ ଉତ୍ସାହିତ କରିବା ଅବିସ୍ମରଣୀୟ ହୋଇ ରହିବ। ହର ପଟ୍ଟନାୟକଙ୍କ ଭଳି କଳାକାରଙ୍କୁ ସେ ସିନେ ଜଗତରେ ଆଣି ଓଡ଼ିଆ ସିନେମାକୁ ରୁଦ୍ଧିମନ୍ତ କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଶ୍ରୀ ଅଜିତ ଦାସଙ୍କ ମୃତ୍ୟୁ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ କହିଥିଲେ। ଏହି ଅବସରରେ ଜେନାମଣି ସେଠ, ଅଭିମନ୍ୟୁ ସା, ସରୋଜ ମିର୍ଦ୍ଧା, ଗୌରୀଶଙ୍କର କୁମ୍ଭାର, ହେମସାଗର ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.