ପଦ୍ମପୁର ଅଞ୍ଚଳରେ ଅଜଣା ରୋଗ ପୋକ ଆତଙ୍କ,ଧାନ ଚାଷକୁ ବଞ୍ଚାଇବା ଚିନ୍ତାରେ ଚାଷୀ ।

0

ପଦ୍ମପୁର-କରୋନା ମହାମାରି ସାରା ବିଶ୍ବରେ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସମୟରେ ଚାଷ କାର୍ଯ୍ୟରେ କଟକଣା କୋହଲ ହେବା ପରେ ଚାଷୀ ଖୁସିରେ ଚାଷ କାର୍ଯ୍ୟରେ ଲାଗିପଡ଼ିଥିଲା । ହେଲେ ବର୍ତ୍ତମାନ ଧାନ ଚାଷରେ ରୋଗପୋକ ଆକ୍ରାନ ଚାଷୀର ମୁଣ୍ଡ ବିନ୍ଧାରକାରଣ ହେଲାଣି  ପଦ୍ମପୁର ଉପଖଣ୍ଡ ଚାଷୀର ।

ପଦ୍ମପୁର ଉପଖଣ୍ଡ  ବିଭିନ୍ନ ଫଚାୟତରେ ଧାନ ଚାଷରେ ଏବେ ଅଜଣା ରୋଗର ଆତଙ୍କ । ରୋଗପୋକ  କାରଣରୁ ଶହଶହ ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ଧାନ ଗଛରେ ରୋଗ ପୋକ ଆକ୍ରମଣ ଯୋଗୁଁ ଧାନ ଗଛ ବଢିପାରୁ ନାହିଁ । ବର୍ତ୍ତମାନ ସମୟରେ ଅନ୍ୟ ବର୍ଷରେ ଧାନ ଗଛରେ ଧାନରେ ଫଲହୁଏ ହେଲେ ଚଲିତ ବର୍ଷ ରୋଗପୋକ ଯୋଗୁଁ ଧାନ ଗଛ ବଢ଼ି ପାରୁ ନାହିଁ ଯାହାକି  ଚିନ୍ତାର କାରଣ ହୋଇଛି । ପତ୍ର ଗୁଡ଼ିକ ପ୍ରଥମେ ଲାଲ ହେବାରେ ଲାଗୁଛି ଏବଂ ପରେ ତାହା ପଚି ସଢ଼ି ନଷ୍ଠ ହୋଇଯାଉଛି । ସାଧାରଣତଃ ରାଷୀ ମାନେ ଏହି ରୋଗକୁ ଗଣ୍ଡିପୋକ ତଥା ପତ୍ରପୋଡା ରୋଗ ବୋଲି ଥାନ୍ତି। କୃଷି ବିଭାଗ ଅଧିକାରୀ ମାନେ ମଧ୍ୟ ରୋଗକୁ ଚିହ୍ନିପାରୁନଥିବା ଅଭିଯୋଗ କରିଛନ୍ତି ଚାଷୀ  । କରୋନା କଟକଣା ଯୋଗୁଁ ବହୁ ଦୁଃଖ କଷ୍ଟରେ ଚାଷା ବାଷ କରିଛନ୍ତି । ସମବାୟ ସମିତି କିମ୍ବା ବ୍ୟାଙ୍କରୁ ଋଣ ନେଇ ଚାଷ କରି ପରିବାର ପୋପଣ ଆଶା । ବର୍ତ୍ତମାନ ସମୟରେ ଧାନ ଚାଷ ଉପରେ ଯେଉଁପରି ରୋଗପୋକ ଆକ୍ରାନ୍ତ କରିଛନ୍ତି ପଦ୍ମପୁର ଅଞ୍ଚଳର ଚାଷୀ ରୋଗପୋକରୁ ଚାଷକୁ ରକ୍ଷା କରି  କିପରି ଅମଳ କରିବ ସେ ନେଇ ଚିନ୍ତାରେ ।

ରୋଗପୋକ ବିଷୟରେ ଚାଷୀ ମାନେ ଅଭିଯୋଗ କରିବା ପରେ କୃଷି ବିଭାଗ ଅଧିକାରୀ ଧାନ ବିଲ ଗୁଡିକ ଦେଖି କିଟନାଶକ ବ୍ୟବହାର ପାଇଁ ପରାମର୍ଶ ଦେଉଛନ୍ତି ।ଚାଷୀ କୃଷି ଅଧିକାରୀଙ୍କ ପରାମର୍ଶ ଅନୁସାରେ ବହୁ କଷ୍ଟରେ ଧାର କରଜ କରି ଚାଷୀ ଚଢା ଦରରେ ବଜାରରୁ କିଟନାଶକ ଔଷଧ କିଣି ଧାନରେ ପ୍ରୟୋଗ କରୁଛି । କିଟନାଶକ ଔଷଧ କୌଣସି ପ୍ରକାର କାମରେ ଆସୁନାହିଁ । କିଟନାଶକ ଔଷଧ ପ୍ରୟୋଗ ପରେ ମଧ୍ୟ ରୋଗପୋକ ବଢ଼ିବାରେ ଲାଗିଛି ଏବଂ ଚାଷ ନଷ୍ଟ ହେଉଛି । ଚାଷୀଙ୍କ କୀଟନାଶକ କିଣିବା ଦ୍ଵାରା କେବଲ କିଟନାଶକ ଔଷଧ ଦୋକାନୀ ମାଲେମାଲ ହେଉଛନ୍ତି ଏବଂ ଚାଷୀ କେବଲ ଖର୍ଚ୍ଚାନ୍ତ ହେଉଛନ୍ତି । ଏ ବିଷୟରେ ପଦ୍ମପୁର ଉପଜିଲ୍ଲାପାଲଙ୍କୁ ପଚରା ଯିବାରୁ ଅଜଣା ରୋଗ ବିଷୟରେ କୃଷି ବିଭାଗ ତଦନ୍ତ କରିବେ ଓ ଚାଷୀ ମାନେ କିପରି ସରକାରଙ୍କ ଦ୍ଵାରା ପ୍ରଦତ୍ତ କିଟଚାଶକ ପାଇପାରିବେ ସେ ବିଷୟରେ ପଦେକ୍ଷପ ନେବେ । କୃଷି ବିଭାଗ ଏହି ରୋଗକୁ ଠିକ ଭାବରେ ଚିହ୍ନଟ କରି ରୋଗର ନିରାକରଣପାଇଁ କିଟନାଶକ ଯୋଗାଇ ଦେଲେ ଚାଷୀ ଉପକୃତ ହୋଇପାରିବେ ।

Leave A Reply

Your email address will not be published.