ଯୁବକକୁ ଆକ୍ରମଣ,ପରିବାର ଲୋକଙ୍କୁ ଧମକ : ପୋଲିସରେ ମାମଲା ରୁଜୁ ।

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ବୁରୋମାଲ ଅଞ୍ଚଳ ରେ ଥିବା ତେତେଲମାଲ ଅଞ୍ଚଳରେ ଯୁବକକୁ ମିଳିତ ଭାବରେ ଆକ୍ରମଣ କରି ତାଙ୍କ ପିଠିରେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରାଯାଇଥିଲା ଏବଂ ସେ ଗୁରୁତର ଆହତ ହୋଇଛନ୍ତି ତାଙ୍କୁ ଚିକତ୍ସାଲୟରେ ଭର୍ତି କରାଯାଇଛି ଆହତ ବ୍ୟକ୍ତି ଜଣକ ସେହେଜାଦ ବିଶ୍ୱାସ ଏବଂ ସେମାନେ ପରିବାର ସହ ତେତେଲମାଲ ଅଞ୍ଚଳ ରେ ରହନ୍ତି ତାଙ୍କ ପତ୍ନୀ ରିତୁ ବିଶ୍ୱାସ ଝାରସୁଗୁଡ଼ା ପୋଲିସ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।ପୋଲିସ ଏତଲା ଅନୁସାରେ ଏକ ମାମଲା  ୬୬୦/୨୦୨୦ ରୁଜୁ  କରି ଦଫା ୟୁ ଏସ ୩୪୧/୨୯୪/୩୦୭/୩୪ ଆଇପିସି  ଧାରା ରେ ମାମଲା ରୁଜୁ କରିଛି ଏବଂ ଅଭିଯୋଗ କରିଥିବା ରିତୁ ବିଶ୍ୱାସ ଲିଖିତ ଅନୁସାରେ ଗତ ୧୦ ତାରିଖ କୌଣସି କାମ ସାରି ଘରକୁ ଫେରୁଥିବା ପ୍ରାୟ ସନ୍ଧ୍ୟା ୫ ରୁ ୬ ଟା ସମୟରେ ସେହେଜାଦ ବିଶ୍ୱାସ କୁ ପୂର୍ବରୁ ଦିପୁ ସିଂ, ଭିକି ସିଂ ସହ ଆଉ ଛଅ ଜଣ ଜଗିରହି ଅସ୍ତ୍ର ରେ ଆକ୍ରମଣ କରିଥିବାର ସୂଚନା ଦେଇଛନ୍ତି ହେଲେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ଯେଉଁ ଯୁବକ ମାନେ ତାଙ୍କୁ ଆକ୍ରମଣ କରିଛନ୍ତି ସେମାନେ ମଧ୍ୟ ନିକଟସ୍ଥ ଅଂଚଳରେ ବୁଲାବୁଲି କରୁଛନ୍ତି ଏବଂ ରୀତୁଙ୍କ ଘରକୁ ଯାଇ ପୋଲିସ ରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ଧମକ ଚମକ କରିଛନ୍ତି ଯାହାକୁ ନେଇ ପରିବାର ଲୋକେ ଭୟଭୀତ ହୋଇ ଥିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଯଦି ଖୋଲମ ଖୁଲା ଅପରାଧୀ ଏହି ପରି କାଣ୍ଡ ଘଟେଇବେ ଏବଂ ପୋଲିସ ସେମାନଙ୍କୁ ଧରିବାରେ ପାତର ଅନ୍ତର ନୀତି ଦେଖେଇଲେ ପୋଲିସ ଭୟ ଅପରାଧୀଙ୍କ ନିକଟରେ ଦେଖିବାକୁ ମିଲବ ନାହିଁ ବୋଲି ବୁଦ୍ଧିଜୀବୀଙ୍କ ମାତରେ ଚର୍ଚ୍ଚା ଜୋର ଧରିଛି ଏପଟେ ରାତି ହେଉ ହେଉ ବୁରୋମାଲ  କଲା ବନ୍ଧ ନିକଟରେ ସହ ସହ ମଦୁଆ ନିଶା କରବରୀଙ୍କ ଭିଡ଼ ଦେଖିବାକୁ ମିଳିଛି ହେଲେ ପୋଲିସ ଗାଡି ଆସିଲେ ଏମାନେ ପଳେଇ ଯାଉଛନ୍ତି କିନ୍ତୁ ଅନ୍ୟ ଦିନରେ ପୁଣି ନିଜର କାରବାର କରିବାକୁ ପଚାଉନାହାନ୍ତି ଯାହା ଦ୍ୱାରା ଚୋରି ,ରାହଜାନି , ଗଣ୍ଡଗୋଳ ସୂତ୍ରପାତ ଦେଖିବାକୁ ମିଳିଛି ।ଯଦି ପୋଲିସ ଏହି ଯୁବକ ମାନଙ୍କୁ କାବୁ କରିବାରେ ବିଫଳ ହେବ ତାହା ହେଲେ ଏମାନେ ପରିବାର ଲୋକଙ୍କ ଉପରେ ମଧ୍ୟ ଆକ୍ରମଣ କରିବାର ଆଶଙ୍କା ରହିଛି ।

Leave A Reply

Your email address will not be published.