ଝାରସୁଗୁଡ଼ା :(ସୁଭାଷ ସହାରେ)-ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଝାରସୁଗୁଡ଼ା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ଏହାକୁ ବିରୋଧ କରି ଯୁବ ମୋର୍ଚ୍ଚାର ସଦସ୍ୟମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ଆଣିଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଛାତ୍ର ବିରୋଧୀ। ଏହା ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱାଧୀନତା କ୍ଷୁର୍ଣ୍ଣ କରିବା ସହ ଶିକ୍ଷାର ମାନଦଣ୍ଡକୁ ମଧ୍ୟ ପ୍ରଭାବିତ କରିବ। ଏହି ଅଧୀନିୟମରେ ପ୍ରାଧ୍ୟାପକ ନିଯୁକ୍ତିରେ ବ୍ୟାପକ ଅନିୟମିୟତା ଓ ରାଜନୈତିକ ହସ୍ତକ୍ଷେପ ହେବାର ସୁଯୋଗ ଥିବାବେଳେ କୁଳପତିଙ୍କ ମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ ହେବ। ତେଣୁ ସରକାର ଏହି ଶିକ୍ଷାନିତୀକୁ ଲାଗୁ କରିବା ନିଷ୍ପତ୍ତିକୁ ପରିବର୍ତ୍ତନ କରନ୍ତୁ ନଚେତ୍ ଯୁବମୋର୍ଚ୍ଚା ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି – ଷଡ଼ଙ୍ଗୀ କହିଛନ୍ତି ଏହି ସମୟରେ ଟଙ୍କଧର ତ୍ରିପାଠୀ, ରାଜ୍ୟ ବିଜେପି ସମ୍ପାଦକ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ପୁରୁଷୋତ୍ତମ ଥିରାନୀ, ଜିଲ୍ଲା ଉପ ସଭାପତି ବିଜେପି ଯୁବମୋର୍ଚ୍ଚା ଝାରସୁଗୁଡା କିଷ୍ଣ ମୁରାରି ସିଂ, ଜିଲ୍ଲା ଉପ ସଭାପତି ବିଜେପି ଯୁବମୋର୍ଚ୍ଚା ଝାରସୁଗୁଡା ନୀଳାମ୍ବର ଦନସେନା, ଜିଲ୍ଲା ସାଧାରଣ ସମ୍ପାଦକ ବିଜେପି ଯୁବମୋର୍ଚ୍ଚା ଝାରସୁଗୁଡା ବିଶ୍ୱଜିତ ମହାନ୍ତିଅମିତ କୁମାର ପ୍ରମୁଖଙ୍କ ସହ ଯୁବ ମୋର୍ଚ୍ଚାର ସଦସ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.